ବାହାଘର ପାଇଁ ଦରକାର ପରିବାରବର୍ଗଙ୍କ କରୋନା ଟେଷ୍ଟ ରିପୋର୍ଟ

ଛତ୍ରପୁର,୧୦ା୫: କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ମଧ୍ୟରେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିବାହରେ ୫୦ ଲୋକ ଏକାଠି ହୋଇପାରିବେ। ଏଥିପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ। ବାହାଘରରେ ଯୋଗଦେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରଦାନ କରିବାକୁ ହେବ। ଗତବର୍ଷ କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ଗଞ୍ଜାମ ଜିଲାରେ ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସମୟରେ ଜିଲାରେ କେହି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଇବେ। କୌଣସି ସଦସ୍ୟଙ୍କର ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଲେ ବାହାଘରକୁ ଅନୁମତି ଦିଆଯିବ ନାହିଁ। ସୋମବାର ଅନୁଷ୍ଠିତ କୋଭିଡ୍‌ ପରିଚାଳନା ସମ୍ପର୍କିତ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି।
କୋଭିଡ୍‌ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ, ଚିକିତ୍ସକ କିମ୍ବା କର୍ମଚାରୀ କୌଣସି ଫୋନ କଲ୍‌କୁ ଅବହେଳା ନ କରିବାକୁ ଜିଲାପାଳ କହିଛନ୍ତି। ଯେମିତି ବି ହେଉ ଲୋକଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟ ନେଇ ସମସ୍ତେ କାର୍ଯ୍ୟ କରିବା ଦିଗରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ସେହିପରି ଘରେ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କ ସହ ଜୁମ୍‌ ଭିଡିଓ କଲ୍‌ କିମ୍ବା ଫୋନ କଲ୍‌ କରି ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ କୁହାଯାଇଛି। ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟମାନେ ବାରମ୍ବାର ଫୋନ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି। ଏଭଳି କରିବା ଦ୍ୱାରା ଚିକିତ୍ସାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ସୀମିତ କଲ୍‌ ଏବଂ ସମୟକୁ ଦେଖି ଫୋନ କରିବା ପାଇଁ ଜିଲାପାଳ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ଓ ଛତ୍ରପୁର ସହରରେ ଆଉ ଅତିରିକ୍ତ ଶହେ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖବର ସଂଗ୍ରହ ବେଳେ ବ୍ଲକ ଅଞ୍ଚଳର ଖବରଦାତାମାନେ ସତର୍କତା ଅବଲମ୍ବନ କରିବା ପାଇଁ ଜିଲାପାଳ ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri