ଡିୟୁରେ କରୋନା ଆତଙ୍କ: ୨୫ କର୍ମଚାରୀଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ବର୍ଗଙ୍କୁ ୟୁନିଭରସିଟି ଟିଚରର୍ସ ଓ୍ବେଲଫେୟାର ଫଣ୍ଡ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥା ୨୦୨୧ ମାର୍ଚ୍ଚ ୧ରୁ ଲାଗୁ ହେବ ବୋଲି ୟୁନିଭରସିଟି ଟିଚରର୍ସ ଓ୍ବେଲଫେୟାର ଫଣ୍ଡ୍‌ ପକ୍ଷରୁ କୁହାଯାଇଛି।

Share