୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏସବୁ ରାଜ୍ୟରେ କରୋନା ମୃତ୍ୟୁ ୭୬ ପ୍ରତିଶତ ରହିଛି। ଦିଲ୍ଲୀ କରୋନା ସଂକ୍ରମଣ ତାଲିକାର ଶୀର୍ଷରେ ରହିଛି। ରାଜ୍ୟ ତାଲିକାରେ ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା, ଛତିଶଗଡ଼, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୬,୭୪୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୫,୨୫୪, ମହାରାଷ୍ଟ୍ରରେ ୫,୭୫୩, ପଶ୍ଚିମବଙ୍ଗରେ ୩,୫୯୧, ରାଜସ୍ଥାନ ୩,୨୬୦, ଉତ୍ତରପ୍ରଦେଶରେ ୨,୫୮୮, ହରିୟାଣାରେ ୨,୨୭୯, ଛତିଶଗଡ଼ରେ ୧,୭୪୮, ତାମିଲନାଡୁରେ ୧,୬୫୫, ଆନ୍ଧ୍ରପ୍ରଦେଶରେ ୧,୨୨୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ଦିଲ୍ଲୀରେ ୧୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କେରଳରେ ୫୦, ମହାରାଷ୍ଟ୍ରରେ ୪୯, ପଶ୍ଚିମବଙ୍ଗରେ ୩୫, ରାଜସ୍ଥାନରେ ୨୭, ଉତ୍ତରପ୍ରଦେଶରେ ୨୫, ହରିୟାଣାରେ ୧୯, ଛତିଶଗଡ଼ରେ ୧୯, ତାମିଲନାଡୁରେ ୧୯ ଏବଂ ଆନ୍ଧ୍ରପ୍ରଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ରାଜ୍ୟଗୁଡ଼ିକରେ କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯାଇଛି।

Share