Categories: ଜାତୀୟ

୫ ରାଜ୍ୟରେ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ,୨୦।୨: ଦେଶରେ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଜାରି ରହିଛି। ତେବେ ବି ୫ ରାଜ୍ୟକୁ ପୁଣି କରୋନା ଫେରିଛି। ଏସବୁ ରାଜ୍ୟରେ କେରାନାର ଦୋହରା ମାଡ଼ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ସତର୍କ ରହିବାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬,୧୧୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ପଞ୍ଜାବରେ ୭ ଦିନ ଧରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫେବୃୟାରୀ ୧୩ଠାରୁ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୯ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

Share