ଅସହ୍ୟ ଗରମ ଯୋଗୁ ଶୀଘ୍ର ବ୍ୟାପୁଛି କରୋନା: ଭାରତୀୟ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ତଥ୍ୟ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଖରା ଦିନରେ ହେଉଥିବା ଅସହ୍ୟ ଗରମ ଯୋଗୁ କରୋନା ଭୁତାଣୁ ସଂକ୍ରମଣ ଶୀଘ୍ର ବ୍ୟାପୁଥିବା ୧୭ ଜଣ ଭାରତୀୟ ବୈଜ୍ଞାନିକ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ଆକ୍ରାନ୍ତଙ୍କ ନିଶ୍ୱାସରେ ବାହାରକୁ ଆସୁଥିବା ଜଳକଣା ଶୀଘ୍ର ବାଷ୍ପରେ ପରିଣତ ହେଉଛି। ଏହା ସୂକ୍ଷ୍ମ କଣିକାରେ ପରିଣତ ହୋଇ ବାୟୁ ମଣ୍ଡଳରେ ଘୂରି ବୁଲି ସୁସ୍ଥ ଲୋକଙ୍କୁ ଆକ୍ରାନ୍ତ କରୁଛି। ତେବେ ମାସ୍କ୍‌ ପିିନ୍ଧିଥିବା ଲୋକଙ୍କ କ୍ଷେତ୍ରରେ ସଂକ୍ରମଣ ସଂଖ୍ୟା କମ ରହୁଥିବା ହାଇଦ୍ରାବାଦ୍‌ର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ଗବେଷକମାନେ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କବାଟ ଝରକା ବନ୍ଦ ଥିବା ଘରେ ଆକ୍ରାନ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଗଲେ ଏହା ଅଧିକ କ୍ଷତିକାରକ ହୋଇଥାଏ। କିନ୍ତୁ ଘରେ ବାୟୁ ଚଳାଚଳ ହେଲେ ସଂକ୍ରମଣ ଆଶଙ୍କା କମ ରହିଥାଏ ବୋଲି ବୈଜ୍ଞାନିକମାନେ ରିପୋର୍ଟରେ ଦର୍ଶାଇଛନ୍ତି। ଆକ୍ରାନ୍ତଙ୍କ ୨-୩ ମିଟର ମଧ୍ୟରେ ବିନା ମାସ୍କ୍‌ରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ ବାୟୁରେ ଉଡ଼ି ବୁଲୁଥିବା କରୋନା ଭୁତାଣୁ ସହଜରେ ଆକ୍ରାନ୍ତ କରିବାର ଆଶଙ୍କା ରହିଥାଏ । ବାୟୁ ମଣ୍ଡଳରେ କରୋନା ଭୁତାଣୁ ୨ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମାତ୍ର ବାୟୁ ଚଳାଚଳ କରୁଥିବା ଅଞ୍ଚଳରେ ଭୁତାଣୁ ଗୋଟିଏ ସ୍ଥାନରେ ନ ରହି ଭାସି ବୁଲେ। କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ହସ୍ପିଟାଲଠାରୁ ଦୂରେଇ ରହିବା ଆବଶ୍ୟକ। ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ହସ୍ପିଟାଲକୁ ସାଧାରଣ ଚିକିତ୍ସା କେନ୍ଦ୍ରଠାରୁ ଦୂରରେ ରଖାଯାଉଥିବା ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ନିର୍ଦ୍ଦେଶକ ଡ, ରାକେଶ କୁମାର ମିଶ୍ରା କହିଛନ୍ତି। ଘରେ କେହି କରୋନା ପଜିଟିଭ୍‌ ହେଲେ ତାଙ୍କୁ ଅଲଗା ରଖିବା ସହିତ ସମସ୍ତେ ମାସ୍କ୍‌ ପିନ୍ଧିବା ଜରୁରୀ। ବାୟୁ ଚଳାଚଳ କରୁଥିବା କାର୍ଯ୍ୟାଳୟରେ କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ ବୋଲି ସେ ପରାମର୍ଶ ଦେଇଛନ୍ତି। କରୋନା ଭୁତାଣୁ ସଂକ୍ରମଣ ନେଇ ଡ. ଶିବରଞ୍ଜନ, ଡ. ଟି, ଶରଥଚନ୍ଦ୍ର, ଡ. ଅରୁଶୀ ଗୋଏଲ୍‌, ଡ. ଭୁବନେଶ୍ୱର ଠାକୁର, ଡ. ଗୁରୁପ୍ରୀତ୍‌ ସିଂ ଭଲ୍ଲା, ଡ. ଦିନେ୍‌ା କୁମାର, ଡ. ଦିଗବିଜୟ ସିଂ ନୁରୁକା, ଡ. ଅଶ୍ୱିନୀ କୁମାର, ଡ. ଅମିତ ତୁଲି, ଡ. ସ୍ବାତୀ ସୁରାଭାରମ୍‌, ଡ. ତ୍ରିଲୋକଚାନ୍ଦ ବିଙ୍ଗି ପ୍ରମୁଖ ଗବେଷଣା କରୁଥିଲେ। ଏଥିରେ ଡ. ଶ୍ରୀନିବାସ ଏମ୍‌. , ଡ.ରାଜାରାଓ, ଡ. କ୍ରିଷ୍ଣା ରେଡ୍ଡୀ, ଡ. ସଞ୍ଜିବ୍‌ ଖୋସଲା, ଡ. କାର୍ତ୍ତିକ ଭରଦ୍ୱାଜ ମଧ୍ୟ ସାମିଲ ଥିଲେ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri