ଚାଇନାରେ ପୁଣି କାୟା ବିସ୍ତାର କଲା କରୋନା: ୨ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରିବା ମନା

ବେଜିଂ,୧।୯: କରୋନା ମହାମାରୀ ହେତୁ ଚାଇନାର ଅନେକ ସହରରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଚେଙ୍ଗଡୁ ସହରରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦୁଇ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଚାଇନା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଚେଙ୍ଗଡୁରେ ଏକ ବିରାଟ କୋଭିଡ ପରୀକ୍ଷା ଅଭିଯାନର ଆୟୋଜନ କରାଯାଇଛି। ଦକ୍ଷିଣ ପଶ୍ଚିମ ସିଚୁଆନ ପ୍ରଦେଶର ରାଜଧାନୀରେ ସମସ୍ତ ବାସିନ୍ଦାଙ୍କୁ ସା ୬ ପରେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୁରୁବାର ସାଠାରୁ ଚେଙ୍ଗଡୁ ରେ ଲକଡାଉନ ଘୋଷଣା କରାଯାଇଛି। ଏହାପୂର୍ବରୁ କରୋନା ମାମଲା ବୃଦ୍ଧି ହେତୁ ଚାଇନାର ଡାଲିଆନ ଏବଂ ଶେନଜେନରେ ଏକ ଲକଡାଉନ ପକାଯାଇଥିଲା। ଏହି ସଂକ୍ରମଣରେ ରାଜଧାନୀ ବେଜିଂ ଏତେ ପ୍ରଭାବିତ ହୋଇ ନାହିଁ। ତେବେ ରାଜଧାନୀରେ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଲୋକଙ୍କୁ ପ୍ରତିଦିନ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ଚେଙ୍ଗଡୁ ବ୍ୟତୀତ ଉତ୍ତର-ପୂର୍ବରେ ଶେନୟାଙ୍ଗ ଏବଂ ଦକ୍ଷିଣ ପୂର୍ବର ଜିଶୁଇ ଭଳି ସହର ମଧ୍ୟ ଆଂଶିକ ଲକ୍‌ଡାଉନ ପଡିଛି। ରିପୋର୍ଟରେ କୁହାଯାଇଛି ଯେ, ‘ଜିରୋ କୋଭିଡ ପଲିସି’ ଅଧୀନରେ ଚାଇନାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି।

Share