ରାଜ୍ୟରେ ବ୍ୟାପିଲା କରୋନା, ଗଲା ୨ ଜୀବନ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ବ୍ୟାପିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ସଂକ୍ରମଣ ବଢ଼ୁଥିଲା। ଏବେ ଓଡ଼ିଶାର ସ୍ଥିତି ମଧ୍ୟ ଧୀରେ ଧୀରେ ବିଗିଡିବାରେ ଲାଗିଛି। ସଂକ୍ରମଣ ବୃଦ୍ଧି ସହ ଏହି ମହାମାରୀ ଜୀବନ ବି ନେଲାଣି। ଇତିମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୩ଶହ ମୁହାଁ ହୋଇଥିବାବେଳେ ଦିନକରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ଶେଷ ୨୪ ଘଣ୍ଟାରେ ରାଜ୍ୟରୁ ୨୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮୬ରେ ପହଞ୍ଚତ୍ଛି। ସେହିପରି ଜଣେ ମୃତକ ହେଲେ ଝାରସୁଗୁଡ଼ା ଜିଲାର ୬୫ ବର୍ଷୀୟା ମହିଳା। ତାଙ୍କ କିଡ୍‌ନୀ ସଂକ୍ରମିତ ହେବା ସହ ଫେଲ୍ୟୁର୍‌ ସ୍ଥିତିକୁ ଚାଲିଯାଇଥିଲା। ଏଥିସହ ସେ ପଲ୍‌ମୋନାରି ଏଡେମାରେ ମଧ୍ୟ ପୀଡିତ ଥିଲେ। ଅନ୍ୟପକ୍ଷରେ କଟକ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ମଧ୍ୟ ଆଉଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସମ୍ପୃକ୍ତ ବୃଦ୍ଧ କୋଭିଡ୍‌ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ରେଫର କରାଯାଇଥିବାବେଳେ ଗୁରୁବାର ମୃତ୍ୟୁ ହୋଇଥିଲା। ଏହା କୋଭିଡ୍‌ଜନିତ ମୃତ୍ୟୁ ନେଇ ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ବୃଦ୍ଧ ଜଣକ କୋଭିଡ୍‌ରେ ଆକ୍ରାନ୍ତ ଥିଲେ ମଧ୍ୟ ତାଙ୍କର ମୃତ୍ୟୁ ବହୁବିଧ ରୋଗ ଓ ବୟସାଧିକ୍ୟ କାରଣରୁ ହୋଇଥିବା ମେଡିକାଲ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।
ଗତ ୩ଦିନ ଧରି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ ରହିଛି। ସୁବର୍ଣ୍ଣପୁର ଜିଲାରେ କୋଭିଡ୍‌ ସଂକ୍ରମଣ ହାର ସର୍ବାଧିକ ରହିଥିବାବେଳେ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନବରଙ୍ଗପୁରରେ ମଧ୍ୟ ସଂକ୍ରମଣ ହାର ଅଧିକ ରହିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର କହିଛନ୍ତି, ସଂକ୍ରମଣ ନିୟନ୍ତ୍ରଣରେ ଅଛି। ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକରେ କୋଭିଡ୍‌ ଚିକିତ୍ସା ପାଇଁ ଆବଶ୍ୟକ ଶଯ୍ୟା, ଅକ୍ସିଜେନ ଓ ମେଡିସିନ ମହଜୁଦ ରଖାଯାଇଛି। ଟିକା ଅଧିକ ଯୋଗାଣ ପାଇଁ କେନ୍ଦ୍ରକୁ ଲେଖାଯାଇଥିଲେ ମଧ୍ୟ ଏଯାଏ ଆସିନାହିଁ। ଅନ୍ୟାନ୍ୟ ରୋଗ ସହ କୋଭିଡ୍‌ ପାଇଁ ଜୀବନ ଯାଉଛି। ପ୍ରତିଦିନ ପ୍ରାୟ ୫ ହଜାରରୁ ଅଧିକ ଟେଷ୍ଟ କରାଯାଉଛି। ଯେଉଁମାନଙ୍କ ପାଖେ କୋଭିଡ୍‌ ଲକ୍ଷଣ ଦେଖାଦେଉଛି ସେମାନେ ଶୀଘ୍ର ଟେଷ୍ଟ କରିବାକୁ ଡ. ମହାପାତ୍ର ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ କୁମାର ମିଶ୍ର କହିଛନ୍ତି, ଏବେର କୋଭିଡ ସଂକ୍ରମଣ ଋତୁକାଳୀନ ଭଳି ଲାଗୁଛି। ଏହା ଆହୁରି ୧୦ଦିନ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହାପରେ ଧୀରେଧୀରେ କମିଯିବ। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡ୍‌ ସଂକ୍ରମଣ ହାର ଅଧିକ ହେବାର ସମ୍ଭାବନା ରହିଛି। ସଂକ୍ରମଣଠୁ ଦୂରରେ ରହିବାକୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବର୍ତ୍ତମାନ ରାଜ୍ୟରେ ବୁଷ୍ଟର ଡୋଜ୍‌ ଉପଲବ୍ଧ ନାହିଁ। ୫୦ ହଜାର ବୁଷ୍ଟର ଡୋଜ୍‌ ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। କିନ୍ତୁ ଶୀଘ୍ର ବୁଷ୍ଟରଡୋଜ୍‌ ଟିକାକରଣକୁ ତ୍ୱରାନ୍ବିତ କରାଯାଇଥିଲେ ସଂକ୍ରମଣ ହାର କମ୍‌ ରହିଥାନ୍ତା। ତେବେ ଏଥିରେ ସାଧାରଣ ଲୋକେ ଭୟ ନ କରି ସତର୍କ ରହିବା ଦରକାର ବୋଲି ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri