ସାତ ଦିନରେ ୧୫ ରାଜ୍ୟକୁ ବ୍ୟାପିଲାଣି କରୋନା

ନୂଆଦିଲ୍ଲୀ,୧୪ ।୬: ଗୋଟିଏ ପଟେ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବା ବେଳେ ଅନ୍ୟପଟେ କରୋନାର ଦ୍ରୁତ ସଂକ୍ରମଣକୁ ନେଇ ପୁଣିଥରେ ଲୋକଙ୍କ ମନରେ ଛନକା ପସିଲାଣି । ପ୍ରାୟ ଏକ ସପ୍ତାହ ବା ୭ ଦିନ ମଧ୍ୟରେ ଏହି ସଂକ୍ରମଣ ୪ରୁ ୧୫ ରାଜ୍ୟକୁ ବ୍ୟାପିଗଲାଣି । ଏହାର ଗୋଟିଏ ଗୋଟିଏ ଜିଲାରେ ସଂକ୍ରମଣ ଅତି ଗମ୍ଭିର ସ୍ଥିତିରେ ରହିଥିବା ସୂଚନା ମିଳିଛି । ଏହିସବୁ ଜିଲାକୁ ୟେଲୋ ଜୋନ ଘୋଷଣା କରାଯାଇଛି ।
ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡିଛି କି ୬ରୁ ୧୨ ଜୁନ ମଧ୍ୟରେ ଦେଶରେ ୫୦ ଜିଲାରେ କରୋନା ସଂକ୍ରମଣ ୫ ପ୍ରତିଶତ ବୃଦ୍ଧି ହୋଇଛି । ମିଜୋରାମ, ପଣ୍ଡିଚେରୀ ଓ ଅରୁଣାଚଳ ପ୍ରଦେଶରେ ସଂକ୍ରମଣ ୭୦ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ୍ ଏସବୁ ସ୍ଥାନରେ ସପ୍ତାହକ ମଧ୍ୟରେ ୧୦ରୁ ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସୁଥିବା କୁହାଯାଇଛି ।
ସେହିପରି ନାଗାଲାଣ୍ଡ, ତାମିଲନାଡୁ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ କିଛି ରାଜ୍ୟର ସ୍ଥିତି ଉଦବେଗଜନକ ରହିଛି । ରାଜଧାନୀ ଦିଲ୍ଲୀରେ ବି ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ।

Share