Posted inଜାତୀୟ

ବିହାରରେ କରୋନା ମହାଦୁର୍ନୀତି

ପାଟନା, ୧୪ା୨: ଦେଶରେ ଫେବୃୟାରୀ ୧୩ ସୁଦ୍ଧା ୨୦ କୋଟି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନା ଟେଷ୍ଟ ସରିଥିବା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ଓ୍ବେବସାଇଟ୍‌ରେ ତଥ୍ୟ ରହିଛି। ଆଖିଦୃଶିଆ ଏହି ତଥ୍ୟ ପ୍ରଚାର କରି ବାହାବା ନେଉଛନ୍ତି ସରକାର। କେଉଁ ରାଜ୍ୟ ସରକାର ଏପରି ଦେଖାଣିଆ ରେକର୍ଡ କରିବାରେ ମାହିର ତାହା ମଧ୍ୟ ପ୍ରଘଟ କରାଯାଉଛି। ହେଲେ ବାସ୍ତବ କଥା ସତଠାରୁ କେତେ ଦୂରରେ ତାହା ଦେଖିବାକୁ ମିଳିଛି ନୀତୀଶ କୁମାରଙ୍କ ଶାସନାଧୀନ ବିହାରରେ। ନକଲି ନାଁ ମିଥ୍ୟା ମୋବାଇଲ ନମ୍ବରରେ କରୋନା ଟେଷ୍ଟ କରାଇ ରୋଗୀ ସଂଖ୍ୟା ବଢ଼ାଇବା, ଏପରି କି ସୁସ୍ଥ ଲୋକଙ୍କୁ ଜବରଦସ୍ତି କ୍ୱାରାଣ୍ଟାଇନରେ ରଖି ରେକର୍ଡ ନିଜ ନାଁରେ ଉଲ୍ଲେଖ କରିବାରେ ଏହି ରାଜ୍ୟ କେତେ ପାରଙ୍ଗମ ତାହା ଏକ ଜାତୀୟ ଖବରକାଗଜ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।
କହୁଛି, ଭାଜପା ସରକାର ଥିବା ଉତ୍ତରପ୍ରଦେଶରେ ସର୍ବାଧିକ ୨.୮୯ କୋଟି ନମୁନା ପରୀକ୍ଷା କରାଯାଇଛି। ବିହାର ବର୍ତ୍ତମାନ ସୁଦ୍ଧା ୨.୧୬ କୋଟି ଜଣଙ୍କ କରୋନା ଟେଷ୍ଟ କରାଇ ସବୁଠାରୁ ଅଧିକ ଟେଷ୍ଟିଂ ତାଲିକାରେ ଦ୍ୱିତୀୟରେ ରହିଛି। ନୀତୀଶ ସରକାର ଦିନକୁ ଲକ୍ଷାଧିକ ଲୋକଙ୍କ କୋଭିଡ୍‌ ପରୀକ୍ଷା କରାଉଥିବା କହୁଛନ୍ତି। କେବଳ ଚଳିତ ସପ୍ତାହରେ ହାରାହାରି ୭୫ ହଜାର ଟେଷ୍ଟ ହୋଇଥିବା ସରକାରୀ ସ୍ତରରେ ତଥ୍ୟ ପ୍ରକାଶ ପାଇଛି। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଯାହା ଅଭିଯୋଗ ଆସିବାରେ ଲାଗିଛି, ତାହା ପ୍ରଶାସନ ଓ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି।
ଶୈଖପୁରା, ପାଟନା ଆଦି ସ୍ଥାନରେ କୋଭିଡ୍‌ ଟେଷ୍ଟରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ସଂକ୍ରମଣର କୌଣସି ଲକ୍ଷଣ ନ ଥିବା ଗ୍ରାମାଞ୍ଚଳ ଲୋକଙ୍କୁ ଜବରଦସ୍ତି ଟେଷ୍ଟ ପାଇଁ ନିଆଯାଉଥିବା ଏବଂ ସଂକ୍ରମଣର ଭୁଲ ରିପୋର୍ଟ ଦେଇ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏପରିକି ପଜିଟିଭ୍‌ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ କେତେକେ ଅଲଗା ଭାବେ କରୋନା ପରୀକ୍ଷା କରିବାରେ ନେଗେଟିଭ୍‌ ରିପୋର୍ଟ ଆସିବାରୁ ସେମାନେ ଜିଲା ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନକଲି ନାଁ ଏବଂ ମୋବାଇଲ ନମ୍ବର ସ୍ଥାନରେ ୧୦ଟି ଶୂନ ରଖି କରୋନା ରୋଗୀଙ୍କ ମିଥ୍ୟା ପଞ୍ଜୀକରଣ ହେଉଥିବା ଜଣାପଡିଛି। ଡାଟାରେ ଅଧିକାଂଶ ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ହେଉଥିବା ଦର୍ଶାଯାଇଛି। ଗତ ଜୁଲାଇ ସୁଦ୍ଧା ରାଜ୍ୟରେ ଦିନକୁ ୧୦ ହଜାର ଲୋକଙ୍କ କୋଭିଡ୍‌ ପରୀକ୍ଷା କରାଯାଉଥିବାବେଳେ ହଠାତ୍‌ ତାହା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଆଣ୍ଟିଜେନ ଟେଷ୍ଟ ପାଇଁ କିଟ୍‌ ପିଛା ୪୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଲକ୍ଷ ଲକ୍ଷ ମିଥ୍ୟା ଟେଷ୍ଟିଂ ରିପୋର୍ଟ ଦେଇ ବିଲ୍‌ ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ ଅଧିକ ରୋଗୀଙ୍କ ତାଲିକା ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ସରକାରୀ ସ୍ତରରେ ଚାପ ପଡ଼ୁଥିବା ସେଠାକାର କର୍ମଚାରୀ କହିଛନ୍ତି। ଟାର୍ଗେଟ ପୂରଣ ହେଉ ନ ଥିବାରୁ ସ୍ବାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ଲୋକଙ୍କ ଟେଷ୍ଟ କରାଇ ରିପୋର୍ଟ ଦେଉଥିବା ଜଣାପଡିଛି।

ଦୁର୍ନୀତିର ଭବିଷ୍ୟବାଣୀ କରିଥିଲି: ତେଜସ୍ବୀ

କରୋନା ଟେଷ୍ଟରେ ଦୁର୍ନୀତିକୁ ନେଇ ବିହାରର ଭାଜପା ଓ ଜନତା ଦଳ ମେଣ୍ଟ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବ। କରୋନା ଦୁର୍ନୀତି ହେବ ବୋଲି ବହୁ ପୂର୍ବରୁ ଭବିଷ୍ୟବାଣୀ କରିଥିଲି। ଯେତେବେଳେ ଟେଷ୍ଟିଂ ଡାଟା ସାର୍ବଜନୀନ କରିଥିଲି ତାହାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଡ଼ାଇ ଯାଇଥିଲେ। ନୀତୀଶ ଓ ସ୍ବାସ୍ଥ୍ୟ ବିଭାଗର ବିଶ୍ୱସ୍ତ ବାବୁଙ୍କ ସହ ମିଶି କରୋନା ଟେଷ୍ଟିଂ ସଂଖ୍ୟା ବଢ଼ାଇଥିବା ନେଇ ତେଜସ୍ବୀ ଅଭିଯୋଗ କରିଛନ୍ତି। ସେମାନେ ମିଶି କେବଳ ୭ ଦିନରେ ଦୈନିକ କରୋନା ପରୀକ୍ଷା ସଂଖ୍ୟା ୧୦ ହଜାରରୁ ୧ ଲକ୍ଷ ଏବଂ ୨୫ ଦିନରେ ଏହା ୨ ଲକ୍ଷ ଅତିକ୍ରମ କରାଇଛନ୍ତି। ଟେଷ୍ଟିଂ ନାଁରେ ବିହାର ସରକାର ଓ ଅଧିକାରୀମାନେ ଟଙ୍କା ହଡ଼ପ କରିବାରେ ଲାଗିଥିବା ତେଜସ୍ବୀ କହିଛନ୍ତି।

‘ଦୋଷୀଙ୍କୁ ଛଡ଼ାଯିବନି’

କରୋନା ଟେଷ୍ଟିଂ ଦୁର୍ନୀତି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ସେ ପ୍ରମୁଖ ସଚିବଙ୍କ ସହ ଏ ନେଇ କଥା ହୋଇଛନ୍ତି। ୨୨ଟି ଜିଲାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜମୁଇର ସିଭିଲ ସର୍ଜନ, ଡିପିଏମ୍‌, ଡିଆଇଓ, ବ୍ଲକ ହେଲ୍‌ଥ ମ୍ୟାନେଜର, ସିକନ୍ଦରା ଏବଂ ବରହତ୍‌ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ।

ପାର୍ଲାମେଣ୍ଟରେ ତଦନ୍ତ ଦାବି

ବିହାରରେ କୋଭିଡ୍‌-୧୯ ଟେଷ୍ଟ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣା ପାର୍ଲାମେଣ୍ଟରେ ଉପସ୍ଥାପନ କରିଛନ୍ତି ଆର୍‌ଜେଡିର ରାଜ୍ୟ ସଭା ସଦସ୍ୟ ମନୋଜ ଝା। ଟେଷ୍ଟିଂ ସଂଖ୍ୟା କିପରି ୭ ଦିନରେ ଦୈନିକ ୧୦ ହଜାରରୁ ୧ ଲକ୍ଷ ଟପିଗଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମନୋଜ ଦାବି ଉଠାଇଥିଲେ। ଘଟଣାର ତଦନ୍ତ ପାଇଁ ରାଜ୍ୟ ସଭା ସଭାପତି ଭେଙ୍କୟା ନାଇଡୁ ବିହାର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କହିଥିଲେ। ଅଭିଯୋଗର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri