କରୋନା ରିଟର୍ନସ୍‌: ରେଷ୍ଟୁରାଣ୍ଟ୍‌-ସିନେମା ହଲ ଉପରେ ବଢ଼ିଲା କଟକଣା

ମୁମ୍ବାଇ,୧୬।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ସ୍ଥିତ ବେକାବୁ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସେହିପରି କିଛି ସହରରେ ଆଶିଂକ ଲକ୍‌ଡାଉନ୍‌ ଜାରି ହୋଇଛି। ରେଷ୍ଟୁରାଣ୍ଟ୍‌, ଶପିଂ ମଲ୍‌, ଧାର୍ମିକ ସ୍ଥଳ, ଏବଂ ସିନେମା ହଲ ଉପରେ କଟକଣାକୁ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତା ଏବଂ ମାକ୍ସ୍‌ ପିନ୍ଧିବା ନେଇ ସରକାରଙ୍କ ପକ୍ଷରୁ କଡ଼ା ମନୋଭାବ ପୋଷଣ କରାଯାଇଛି। କେତେକ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ପଞ୍ଜାବରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାତ୍ର କାଳୀନ କର୍ଫ୍ୟୁ ଲାଗୁ କରାଯିବା ସହିତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଅପରପକ୍ଷରେ ଭୋପାଳରେ ୧୪୪ ଧାରା ଜାରି ହୋଇଛି।

Share