କରୋନା ପୁଣି ଫେରିଲା, ୫ କୋଟି ଲୋକ ଘରେ ବନ୍ଦ…

ବେଜିଂ, ୧୬।୩ : କରୋନା ମହାମାରୀ ପୁଣି ଚାଇନାକୁ ଫେରିଛି। ଗତ ତିନି ଦିନ ଧରି ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୨୮୦ ନୂତନ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୩,୫୦୭ ଘରୋଇ ମାମଲା ବୋଲି ଚିହ୍ନଟ କରାଯାଇଛି। ଉହାନରେ ମହାମାରୀ ଆରମ୍ଭ ହେବା ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସଂକ୍ରମଣ ସଂଖ୍ୟା।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚାଇନା ୧୩ ଟି ସହର ଏବଂ ଜିଲାରେ ଲକ୍‌ ଡାଉନ୍‌ ଘୋଷଣା କରିଛି। ସୂଚନା ଅନୁଯାୟୀ, କରୋନାର ଓମିକ୍ରନ ଭାରିଆଣ୍ଟ୍‌ର ନୂତନ ରୂପ ଷ୍ଟିଲଥ୍‌ ଓମିକ୍ରନ୍‌ ଦେଶରେ ବ୍ୟାପିଛି। କରୋନା କାରଣରୁ ଲାଗୁ ହୋଇଥିବା ଲକ୍‌ଡାଉନ ଦ୍ୱାରା ୫ କୋଟି ଲୋକ ସେମାନଙ୍କ ଘରେ ବନ୍ଦୀ ହୋଇ ରହିଛନ୍ତି। ନୂଆ ସଂକ୍ରମଣ ଦ୍ୱାରା ଜିଲିନ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି।

ଏହା ବ୍ୟତୀତ ଚାଇନାର ବୈଷୟିକ ହବ କୁହାଯାଉଥିବା ଶେନଜେନ ପ୍ରଦେଶରେ ମଧ୍ୟ କଡା ପ୍ରତିବନ୍ଧକ ଲଗାଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ମାର୍ଚ୍ଚ ୧୨ ପୂର୍ବରୁ ସାଂଘାଇର ଦୁଇଟି ଏବଂ ଶେନଜେନର ଗୋଟିଏ ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ପରୀକ୍ଷଣକୁ ବ୍ୟାପକ କରାଯାଇଛି।

ଜିଲିନ ପ୍ରଦେଶର ଲୋକମାନେ ଏପର୍ଯ୍ୟନ୍ତ ୬ଟି ରାଉଣ୍ଡ ଯାଞ୍ଚ ଶେଷ କରିଛନ୍ତି। ଏହି ପ୍ରସ୍ତୁତି ଦର୍ଶାଏ ଯେ ଚତୁର୍ଥ ଲହର ପ୍ରାୟ ଏକ ମାସ ଧରି ଚାଇନାରେ ବ୍ୟାପିବାରେ ଲାଗିଛି। ଉତ୍ତର କୋରିଆ ସୀମାରେ ଅବସ୍ଥିତ ଚାଇନାର ଜିଲିନ ପ୍ରଦେଶର ଲୋକଙ୍କ ଉପରେ ଏବଂ ଏହାର ଆଖପାଖ ଅଞ୍ଚଳ ଲୋକଙ୍କ ଉପରେ ଯାତ୍ରା ନିଷେଧାଦେଶ ଲାଗୁ କରାଯାଇଛି।

ଜରୁରୀକାଳୀନ ବୈଠକରେ ଜିଲିନ୍‌ ର ରାଜ୍ୟପାଳ ଏକ ସପ୍ତାହ ମଧ୍ୟରେ ଶୂନ କୋଭିଡ ଟାର୍ଗେଟ ସ୍ଥିର କରିଛନ୍ତି। ସିକ୍ରେଟ ଓମିକ୍ରନ (ବିଏ.୨) ଚାଇନାରେ ଦ୍ରୁତ ବେଗରେ ବ୍ୟାପି ଚାଲିଛି। ଏହା ମୂଳ ଓମିକ୍ରନ ଫର୍ମ ଅପେକ୍ଷା ଦଶ ଗୁଣା ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri