କରୋନା ପ୍ରସ୍ତୁତି ମକ୍‌ ଡ୍ରିଲ୍‌ ଡିସେମ୍ବର ୨୭ରେ…

ନୂଆଦିଲ୍ଲୀ,୨୪।୧୨ : ଚାଇନା ସମେତ ବିଶ୍ୱର ୧୦ଟି ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ କରୋନା ମୁକାବିଲା ପାଇଁ କେତେଦୂର ପ୍ରସ୍ତୁତ ତାହା ଜାଣିବା ପାଇଁ ଡିସେମ୍ବର ୨୭ରେ ବିଭିନ୍ନ ରାଜ୍ୟରେ ମକ୍‌ ଡ୍ରିଲ୍‌ କରାଯିବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।

ମକ୍‌ ଡ୍ରିଲ ସମୟରେ କୋଭିଡ ଏବଂ ଅଣ-କୋଭିଡ ହସ୍ପିଟାଲରେ କେଉଁ କେଉଁ ସ୍ବାସ୍ଥ୍ୟ ସେବାର ସୁବିଧା ରହିଛି ତାହା ତଦାରଖ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଯଦି କରୋନା ସଂକ୍ରମଣରେ ବୃଦ୍ଧି ଘଟେ ତେବେ କିଭଳି ଏହାର ମୁକାବିଲା କରାଯିବ ତାହା ଆକଳନ କରିବାକୁ ମଧ୍ୟ କୁହାଯାଇଛି। ହସ୍ପିଟାଲରେ କେତେ ସଂଖ୍ୟକ ଶଯ୍ୟା ରହିଛି ତାହାର ହିସାବ କରିବାକୁ ପରାମର୍ଶ ଦିଆଯାଇଛି।

ହସ୍ପିଟାଲରେ କେତେ ସଂଖ୍ୟକ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ରହିଛନ୍ତି ତାହା ଜଣାଇବାକୁ କୁହାଯାଇଛି। ସେହିପରି ଭେଣ୍ଟିଲେଟର, ଆଇସିୟୁ, ମେଡ଼ିକାଲ ଅକ୍ସିଜେନ, ୯୫ ମାସ୍କ୍‌,ପିପିଇ କିଟ୍‌ର ଉପଲବ୍ଧତା ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।

Share