ଜୁଲାଇ ଆରମ୍ଭରୁ କରୋନାର କରାଳ ରୂପ: ୭ ଦିନରେ ଚିହ୍ନଟ ହେଲେଣି ୩ହଜାରରୁ ଅଧିକ ଆକ୍ରାନ୍ତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇ ପ୍ରଥମ ସପ୍ତାହ ଅର୍ଥାତ୍‌ ୭ ଦିନ ମଧ୍ୟରେ ୩,୦୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। କରୋନା ମଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨ ଛୁଇଁଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ୯୭ରେ ପହଞ୍ଚିଛି।
ରାଜ୍ୟରେ ଜୁଲାଇ ୧ରେ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ରେ ୨୨୯, ୩ରେ ୫୬୧, ୪ରେ ୪୯୫, ୫ରେ ୪୬୯, ୬ରେ ୪୫୬, ୭ରେ ୫୭୧ ଚିହ୍ନଟ ହୋଇଛନ୍ତି।