ଏହି ଭାଜପା ନେତାଙ୍କୁ କରୋନା

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଏମ୍‌ପି ଓ ମନ୍ତ୍ରୀ ଜୟରାମ ପାଙ୍ଗି ଶନିବାର କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି କହିଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ କୋରାପୁଟରେ ରହି ଚିକିତ୍ସିତ ହେଉଛନ୍ତି। ସେପଟେ ପଜିଟିଭ୍‌ ଚିହ୍ନଟ ହେବା ନେଇ ଜୟରାମ ନିଜେ ଟୁଇଟ୍‌ କରି ସୂଚନା ଦେବା ସହ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ନିଜ ନିଜର ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି ା