ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।
ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି, ପଜିଟିଭ ଚିହ୍ନଟ ହେବା ପରେ ବି ସେବାୟତ ଓ କର୍ମଚାରୀ ମନ୍ଦିର ଭିତରକୁ ଯାଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ସମ୍ପ୍ରତି ସେବାୟତଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାହାକୁ ରୋକିବା ଲାଗି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କୁ କୋଭିଡ୍‌ କଟକଣା ପାଳନ କରିବା ଲାଗି କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିୟମ ମାନିବେ ନାହିିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂକ୍ରମଣ ଯେପରି ନ ବ୍ୟାପିବ ସେଥିଲାଗି ପଜିଟିଭ ଚିହ୍ନଟ ସେବାୟତ ଏବଂ କର୍ମଚାରୀଙ୍କ ରିପୋର୍ଟ ମନ୍ଦିର କମାଣ୍ଡରଙ୍କୁ ଦିଆଯାଇଛି। ସେ ଜେଟିପିଙ୍କ ସହାୟତାରେ ଏହା ଉପରେ କଡ଼ା ନଜର ରଖିବେ। କୌଣସି ସଂକ୍ରମିତ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କଲେ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ। ଅନ୍ୟପକ୍ଷରେ ଯେଉଁଦିନ ଯିଏ ସଂକ୍ରମିତ ଜଣାପଡ଼ିିବେ ସେବେଠାରୁ ୧୭ ଦିନ ଘରେ କିମ୍ବା ପ୍ରଶାସନର ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟରରେ ଆଇସୋଲେଶନରେ ରହିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରୀମନ୍ଦିରକୁ ପାନ, ଗୁଟ୍‌ଖା ଖାଇ ଯିବା ଉପରେ ପୂର୍ବରୁ କଟକଣା ରହିଛି। ତଥାପି ଏହାକୁ ଅବମାନନା କରାଯାଉଛି। ଏଣିକି ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ପାନ, ଗୁଟ୍‌ଖା ଖାଇ ମନ୍ଦିର ଭିତରେ ଛେପ ପକାଇଲେ ପ୍ରଥମ ଓ ଦ୍ୱିତୀୟ ଥର ୧ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ହେବ। ସେହି ବ୍ୟକ୍ତି ଯଦି ତୃତୀୟ ଥର ବା ଏହା ପରଠାରୁ ଯେତେଥର ଧରାପଡ଼ନ୍ତି ପ୍ରତ୍ୟେକ ଥର ତାଙ୍କଠାରୁ ୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ। ଜେଟିପିମାନଙ୍କୁ ଏହା ଉପରେ ନଜର ରଖିବା ଲାଗି କୁହାଯାଇଛି। ଶ୍ରୀମନ୍ଦିର ପରିସରରେ କୋଭିଡ୍‌ କଟକଣା ପାଳନ ନେଇ ପ୍ରତିଦିନ ଅନୁଧ୍ୟାନ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ୩ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଏବଂ ରାଜସ୍ବ ଉପପ୍ରଶାସକ ରୋଟେଶନ ଭିତ୍ତିରେ ପ୍ରତିଦିନ ମନ୍ଦିରକୁ ଯାଇ ଏହାର ତଦାରଖ କରିବେ। ସେହିପରି ସମସ୍ତେ ଠିକ୍‌ ଭାବେ ମାସ୍କ ପିନ୍ଧିବା ଲାଗି ବାଧ୍ୟତାମୂଳକ କରାଯାଇଛି। ସଚେତନତା ଲାଗି ଶ୍ରୀମନ୍ଦିର ଚାରିଦ୍ୱାରରେ ଫ୍ଲୋକ୍ସ ଲଗାଯିବ ବୋଲି ଜେନା କହିଛନ୍ତି।
ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ୪୫୦ରୁ ଊର୍ଦ୍ଧ୍ୱ ଶ୍ରୀମନ୍ଦିରର ସେବାୟତ ଏବଂ କର୍ମଚାରୀ କରୋନା ସଂକ୍ରମିତ ହୋଇସାରିଲେଣି। ଯେଉଁଥିରେ ପ୍ରାୟ ୪୦୦ ସେବାୟତ ରହିଛନ୍ତି। ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା କରି ଏହିସବୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri