ଚିନ୍ତା ବଢ଼ାଇଲା କରୋନା: ମଧ୍ୟପ୍ରଦେଶର ୫ଟି ଜିଲାରେ ପଜିଟିଭ୍‌ ଚିହ୍ନଟ

ଭୋପାଳ,୨୦।୩: କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ନିଜର କାୟା ମେଲାଇଲାଣି। ଦେଶର କେତେକ ରାଜ୍ୟରେ କରୋନା ପୁଣି ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ୫ଟି ଜିଲାରେ କରୋନା କାୟା ବିସ୍ତାର କରିଛି। ଫଳରେ ଲଗାତର ଭାବେ କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ଥମିଥିବା ବେଳେ ଅନ୍ୟପଟେ ଟିକାକରଣରେ ଅବହେଳା ପ୍ରସଙ୍ଗ ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ ମଧ୍ୟପ୍ରଦେଶରେ କରୋନା ଭାଇରସ୍‌ ମାମଲା ଶୂନ ହୋଇଯାଇଥିଲା। କିନ୍ତୁ ପାଣିପାଗ ଯୋଗୁ ଏବେ ଧିରେ ଧିରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ମଧ୍ୟପ୍ରଦେଶର ୫ଟି ଜିଲାରେ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶର ଇନ୍ଦୋରରେ ସର୍ବାଧିକ ୨୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଭୋପାଳରେ ୫, ବାରୱାନୀରେ ଏବଂ ସାଗରରେ ୧ ଓ ଜବଲପୁରରେ ୨ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ସମଗ୍ର ମଧ୍ୟପ୍ରଦେଶରେ ମୋଟ କରୋନା ଭାଇରସ୍‌ ମାମଲା ୨୯ରେ ପହଞ୍ଚିଛି। ଅନ୍ୟପଟେ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୪ଟି ପ୍ରିକୋଶନ୍‌ ଡୋଜ ଦିଅଯାଇଛି। କେବଳ ଗ୍ବାଲିଅର ବ୍ୟତୀତ ରାଜ୍ୟର କୌଣସି ଜିଲାରେ ଗୋଟିଏ ବି ଟିକାକରଣର କରାଯାଇ ନ ଥିବା ସୂଚନା ରହିଛି।

Share