ଆଜି ରାଜଧାନୀରେ ଏକ ଅଙ୍କକୁ ଖସିଲା କରୋନା ପଜିଟିଭ୍‌ ସଂଖ୍ୟା

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୪ରେ ପହଞ୍ଚିଥିବା ବେଳେ ୩୧,୩୧୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୦୧ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ରାଜଧାନୀରୁ କରୋନାରେ ୨୪୪ ଜଣଙ୍କ ମୃତ୍ୟୁ ହୋଇଛି।