Posted inଫୁରସତ

କରୋନା ସଂକ୍ରମଣର ବିରଳ ଘଟଣା: ଜନ୍ମ ହେବାର ଠିକ୍‌ ପରେ କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଶିଶୁ..

ଜନ୍ମ ନେବାର ଠିକ୍‌ ପରେ ଜଣେ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆମେରିକାର ଟେକ୍ସାସରେ କରୋନା ସଂକ୍ରମଣର ଏଭଳି ଘଟଣା ସାମ୍ନାକୁ ଆସିଛି। ଗର୍ଭରେ ଥିବାବେଳେ ଶିଶୁମାନେ କରୋନା ସଂକ୍ରମିତ ହୋଇପାରୁଥିବାର ଏହା ଉଦାହରଣ ବୋଲି ଡାକ୍ତରମାନେ କହୁଛନ୍ତି।

ଜନ୍ମ ନେବା ପରେ ଶିଶୁଟିକୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଯାଞ୍ଚ ସମୟରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାଙ୍କ ମା’ ପୂର୍ବରୁ ସଂକ୍ରମିତ ଚିହ୍ନଟ ହୋଇଥିଲେ।

କରୋନା ଆକ୍ରାନ୍ତ ହେବା ପରେ ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା। ତାଙ୍କୁ ଜ୍ୱର ମଧ୍ୟ ହୋଇଯାଇଥିଲା। ପରେ ୨୧ ଦିନ ଧରି ଉଭୟ ମା’ ଏବଂ ଶିଶୁର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ସଂକ୍ରମିତ ମା’ଠାରୁ ଗର୍ଭସ୍ଥ ଶିଶୁକୁ କରୋନା ହୋଇପାରେ ବୋଲି ଡାକ୍ତରମାନେ କହୁଛନ୍ତି। ପୂର୍ବରୁ ଇଟାଲୀରେ କରୋନା ସଂକ୍ରମଣର ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ପୂର୍ବରୁ ଗର୍ଭସ୍ଥ ଶିଶୁକୁ ଏଚ୍‌ଆଇଭି, ଜିକା ଏବଂ ଅନ୍ୟ ଭାଇରସ୍‌ ଆଦି ଗର୍ଭରେ ଥିବା ଭ୍ରୁଣକୁ ସଂକ୍ରମିତ କରିପାରୁଥିଲେ। ଏବେ କରୋନା ମଧ୍ୟ ଏହା କରିପାରୁଥିବା ଡାକ୍ତରମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ସ୍କୁଲରେ ଆସିଲା ପ୍ରସବ ଯନ୍ତ୍ରଣା, ଶୌଚାଳୟରେ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶ ଧାର ଜିଲାର ପିଥମପୁରରେ ମଙ୍ଗଳବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା…

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା: ଲଞ୍ଚ ହେଲା ନୂଆ ପୋର୍ଟାଲ, ଘରେ ବସି ମିଳିବ…

ନୂଆଦିଲ୍ଲୀ,୨୬।୨: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇରେ କ୍ଷତିପୂରଣ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଦାବିଗୁଡ଼ିକର ଦ୍ରୁତ ଏବଂ ସ୍ବଚ୍ଛ ସମାଧାନ ସୁନିଶ୍ଚିତ କରିବା ପାଇଁ ରେଳବାଇ…

ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ-ରଶ୍ମିକା, ମଣ୍ଡପ ବାହାରେ ବଣ୍ଟାହେଲା ମିଠା

ଉଦୟପୁର,୨୬।୨: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କପଲ ଉଦୟପୁରରେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ସାତ ଜନ୍ମର…

ବିବାଦ ପରେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରୁ ହଟିଲା ବିବାଦୀୟ ଅଧ୍ୟାୟ

ନୂଆଦିଲ୍ଲୀ,୨୬।୨: ଜାତୀୟ ଶୈକ୍ଷିକ ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ପାଠ୍ୟପୁସ୍ତକରୁ ବିବାଦୀୟ ଅଧ୍ୟାୟକୁ ହଟାଇ ଦେଇଛି। କିନ୍ତୁ ୩୮ଟି କପି ଏହା ପାଇଁ…

Video: ନେତାନ୍ୟାହୁ ପିନ୍ଧିଲେ ଭାରତୀୟ ପୋଷାକ, ତାଙ୍କ ପତ୍ନୀ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁମାଲ ସହିତ ମେଳ ଖାଉଥିବା…

ଜେରୁଜେଲମ,୨୬।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଅଛନ୍ତି। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ତେଲ ଅଭିଭରେ ପହଞ୍ଚିବା ପରେ ତାଙ୍କୁ ବେଞ୍ଜାମିନ…

ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍

ଭୁବନେଶ୍ବର,୨୬।୨: ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍ । ସକାଳୁ ସକାଳୁ ରେଡ୍ ଜାରି ରହିଛି । ହାଇଟେକ୍ ମେଡିକାଲ କଲେଜ ସମେତ ୫ଟି ସ୍ଥାନରେ…

ଇନଷ୍ଟାରେ ମୋଦିଙ୍କ ୧୦ କୋଟି ଫଲୋଅର୍ସ, କ’ଣ ପିଏମଙ୍କୁ ସୋସିଆଲ ମିଡିଆରୁ ମିଳେ ଟଙ୍କା…

ନୂଆଦିଲ୍ଲୀ,୨୬।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ କରିଛନ୍ତି। ଏହି ସଫଳତା ସହିତ, ସେ ବିଶ୍ୱର ପ୍ରଥମ ନେତା ହୋଇଛନ୍ତି…

ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମଥର ଏମିତି ଅଲୋଡ଼ା ରେକର୍ଡ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୬।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଟି-୨୦ ବିଶ୍ୱକପ ୨୦୨୬ର ସୁପର ୮ ପର୍ଯ୍ୟାୟରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri