Posted inଖେଳ

କରୋନା ପ୍ରକୋପ: ଅଷ୍ଟ୍ରେଲିଆ ଖେଳାଳି ନ୍ୟୁ ସାଉଥ୍‌ ଓ୍ବେଲ୍ସକୁ ସ୍ଥାନାନ୍ତରିତ

ସିଡ୍‌ନୀ, ୧୮ା୧୧ (ପି.ଟି.)-ସାଉଥ ଅଷ୍ଟ୍ରେଲିଆରେ କରୋନା ଭାଇରସ ବ୍ୟାପିବାରେ ଲାଗିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ଓ ଷ୍ଟାର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନେଙ୍କ ସମେତ ଅନ୍ୟ ଖେଳାଳିମାନଙ୍କୁ ବିମାନ ଯୋଗେ ଆଡିଲେଡ୍‌ରୁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ସ୍ଥାନାନ୍ତର କରାଯାଇଛି। ଏହି କାରଣରୁ ସୋମବାର ସାଉଥ୍‌ ଅଷ୍ଟ୍ରେଲିଆକୁ ଲାଗି କରି ଥିବା ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ, କୁଇନ୍ସଲାଣ୍ଡ ଏବଂ ଟାସ୍‌ମାନିଆ ସୀମାକୁ ବନ୍ଦ କରିଦିଆଯାଇଛି। ଭାରତ ବିପକ୍ଷ ୩୦୦ ନିୟୁତ ଡଲାର ବିଶିଷ୍ଟ ସିରିଜ ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି କ୍ରିକେଟ ଅଷ୍ଟ୍ରେଲିଆ ସଜାଗ ରହିଥିବା ଏହାର କାମଚଳା ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ ପ୍ରକାଶ କରିଛନ୍ତି। ସ୍ଥାନାନ୍ତର ହୋଇଥିବା ଖେଳାଳିଙ୍କୁ ମଧ୍ୟରେ ପେନ୍‌ ଓ ଲାବୁସାନେଙ୍କ ବ୍ୟତୀତ ମାଥ୍ୟୁ ଓ୍ବାଡେ, ଟ୍ରାଭିସ୍‌ ହେଡ୍‌ ଏବଂ କାମେରନ ଗ୍ରୀନ୍‌ ରହିଛନ୍ତି। କୋଭିଡ୍‌ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଡିସେମ୍ବର ୧୭ରେ ଆଡିଲେଡ୍‌ ଓଭାଲରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅନୁଷ୍ଠିତ ହେବ। ସୋମବାର ଆଡିଲେଡ୍‌ରେ ସାନି କରୋନା ସଂକ୍ରମଣ ଦେଖାଦେବା ପରେ ପେନ୍‌ଙ୍କ ସମେତ ଅଷ୍ଟ୍ରେଲୀୟ ଖେଳାଳିମାନେ ୧୪ଦିନ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଅଷ୍ଟ୍ରେଲିଆ ଟୁର୍‌ରେ ଥିବା ଭାରତ ୩ ଅନ୍ତର୍ଜାତୀୟ ଦିନିକିଆ, ସମାନ ସଂଖ୍ୟକ ଟି୨୦ ଏବଂ ୪ ଟେଷ୍ଟ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୭ରେ ସିଡ୍‌ନୀଠାରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସହ ଟୁର୍‌ ଆରମ୍ଭ ହେବ। ଆଡିଲେଡ୍‌ଠାରେ ଟେଷ୍ଟ ସିରିଜ ଡିସେମ୍ବର ୧୭ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହେବ। ଭ୍ରମଣକାରୀ ଦଳ ବର୍ତ୍ତମାନ ସିଡ୍‌ନୀରେ କ୍ୱାରାଣ୍ଟାଇନ୍‌ରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri