୫ ଦେଶକୁ ଛୁଇଁନି କରୋନା

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା କବଳରେ ପଡ଼ିଛି ପୃଥିବୀ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଘାତକ ରୋଗରେ ଊଣା ଅଧିକେ ପ୍ରଭାବିତ ହୋଇଛନ୍ତି ଅଧିକାଂଶ ଦେଶ। ଆମେରିକା, ୟୁକେ ଭଳି ସୁଦୃଢ଼ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ରାଷ୍ଟ୍ର ଅଦୃଶ୍ୟ ଭୂତାଣୁ ଆଗରେ ଆଣ୍ଠେଇବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମ ଲହରରେ କମ୍‌ ପ୍ରଭାବିତ ହୋଇଥିବା ଭାରତ ଦ୍ୱିତୀୟ ଲହରରେ ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ସାମିଲ ହୋଇଛି। ତେବେ ଭୂତାଣୁ ଆସିବା ଦିନରୁ ଅଦ୍ୟାବଧି ପୃଥିବୀର ୫ ଦେଶକୁ ଛୁଇଁପାରିନି କରୋନା। ଠିକ୍‌ ସମୟରେ ଉଚିତ ପଦକ୍ଷେପ, ଆବଶ୍ୟକତାଠାରୁ ଅଧିକ ସତର୍କତା ଏବଂ କଠୋର ଅନୁଶାସନ ଯୋଗୁ ଏହା ସମ୍ଭବପର ହୋଇପାରିଛି।
ଉତ୍ତର କୋରିଆ: ପୃଥିବୀର ସବୁଠାରୁ ରହସ୍ୟମୟ ଦେଶ ହେଉଛି ଉତ୍ତର କୋରିଆ। ଏଠାରେ କରୋନାର ପ୍ରଥମ ସନ୍ଦିଗ୍ଧ ମାମଲା ଆସିଥିଲା ୨୦୨୦ ଜୁଲାଇ ୨୬ରେ। ହେଲେ ପରୀକ୍ଷାନିରୀକ୍ଷାରୁ ସଂକ୍ରମିତଙ୍କ ଶରୀରରୁ କରୋନା ଭୂତାଣୁ ଠାବ ହୋଇ ନ ଥିବା ସରକାର ସ୍ପଷ୍ଟ କରିଥିଲେ। ଚାଇନାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ୨୦୨୦ ଜାନୁୟାରୀ ୨୧ରେ ଉତ୍ତର କୋରିଆ ନିଜର ସମସ୍ତ ସୀମା ସିଲ୍‌ କରିଦେଇଛି। ଅଦ୍ୟାବଧି ଏହି କଟକଣା ଲାଗୁରହିଛି। ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ ୧ରୁ ୨ ମାସ ଯାଏ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ଦେଶରେ ଅଦ୍ୟାବଧି ଗୋଟିଏ ହେଲେ କରୋନା ସଂକ୍ରମିତ ବାହାରି ନ ଥିବା ଦାବି କରାଯାଇଛି।
ତୁର୍କମେନିସ୍ତାନ: କାଜାଖସ୍ତାନ, ଉଜବେକିସ୍ତାନ, ତାଜିକସ୍ତାନ, ଇରାନ ଏବଂ ଆଫ୍‌ଗାନିସ୍ତାନ ଭଳି ଦେଶ ତୁର୍କମେନିସ୍ତାନକୁ ଘେରି ରହିଛନ୍ତି। ପଡ଼ୋଶୀ ଦେଶରେ କରୋନା ଆତଙ୍କ ସୃଷ୍ଟି କରିଥିଲେ ହେଁ ତୁର୍କମେନିସ୍ତାନକୁ ଛୁଇଁପାରିନାହିଁ ଭୂତାଣୁ। ପଡ଼ୋଶୀ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ପୂର୍ବରୁ ତୁର୍କମେନିସ୍ତାନ ସରକାର ଦେଶର ସୀମା ସିଲ୍‌ କରିଦେଇଥିଲେ। ଏପରି କି ଦେଶବାସୀଙ୍କୁ କରୋନା ଶବ୍ଦର ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ତେଣୁ ଦେଶ କରୋନା ମହାମାରୀ କବଳରୁ ବଞ୍ଚତ୍ୟାଇଥିବା ସେଠାକାର ସରକାର ଦାବି କରିଛନ୍ତି। ହେଲେ ଏହି ଦାବିକୁ ଅନେକ ଦେଶ ଗ୍ରହଣ କରୁନାହାନ୍ତି। ସରକାର ନିଶ୍ଚିତ ଭାବେ ତଥ୍ୟ ଲୁଚାଉଛନ୍ତି ବୋଲି ସେମାନେ ଜୋର୍‌ ଦେଇ କହୁଛନ୍ତି। ତଥାପି ସରକାରୀସ୍ତରରେ ତୁର୍କମେନିସ୍ତାନରେ ଅଦ୍ୟାବଧି ଗୋଟିଏ ହେଲେ କରୋନା ସଂକ୍ରମଣ ଆସିଥିବା ସ୍ପଷ୍ଟ କରାଯାଇନାହିଁ।
କିରିବାଟି: ଭୌଗୋଳିକ ଗଠନ ଯୋଗୁ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ମଧ୍ୟରେ ଅବସ୍ଥିତ ଏହି କ୍ଷୁଦ୍ର ଦେଶ ନିଜକୁ କରୋନାଠାରୁ ଦୂରରେ ରଖିପାରିଛି। ହାରାହାରି ୧ ଲକ୍ଷ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଗତ ଦେଢ଼ବର୍ଷ ମଧ୍ୟରେ ଭାଇରସ୍‌ ସଂକ୍ରମଣରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଥିବାବେଳେ ଏଠାରେ ପ୍ରଥମରୁ ଲକ୍‌ଡାଉନ୍‌ ଜାରି ରହିଛି। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କୁ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଆବଶ୍ୟକ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ହାତକୁ ନେଇଛନ୍ତି।
ଟୋଙ୍ଗା: ପ୍ରଶାନ୍ତ ମହାସାଗରୀୟ ଅତ୍ୟତମ ଦ୍ୱୀପ ରାଷ୍ଟ୍ର ଟୋଙ୍ଗା ଅଦ୍ୟାବଧି କରୋନା କବଳରୁ ମୁକ୍ତ ଥିବା ଦାବି କରିଛି। ନିକଟତମ ଦେଶ ଫିଜିରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗତ ବର୍ଷ ମାର୍ଚ୍ଚ ୨୯ରେ ଦେଶକୁ ଲକ୍‌ଡାଉନ୍‌ କରିଦିଆଯାଇଥିଲା। ଫସିଥିବା ବିଭିନ୍ନ ଦେଶର ପର୍ଯ୍ୟଟକମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଯିବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା। ଜୁଲାଇରେ ଫିଜିରେ ଫସିଥିବା ନିଜ ଦେଶର ନାଗରିକଙ୍କୁ ଆଣିବା ଲାଗି ଟାଙ୍ଗୋ ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଏଥିରେ ଥରକେ ମାତ୍ର ୬୦ ଜଣଙ୍କୁ ଅନୁମତି ଦିଆଯାଇଥିଲା। ଆସିବା ପରେ ସେମାନଙ୍କ ରହିବା ଲାଗି ସ୍ବତନ୍ତ୍ର ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଥିଲା। ଉକ୍ତ ହୋଟେଲଗୁଡ଼ିକ ସମେତ ଆଖପାଖ ଅଞ୍ଚଳ, ରାସ୍ତାକୁ ସିଲ୍‌ କରି ଦିଆଯାଇଥିଲା।
ପାଲାଉ: ପଶ୍ଚିମ ପ୍ରଶାନ୍ତ ମହାସାଗର ଭିତରେ ଅବସ୍ଥିତ ପାଲାଉ କରୋନା କବଳରୁ ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛି। ଗତ ଦେଢ଼ ବର୍ଷ ଭିତରେ ବାହାରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା। ତେବେ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଗତ ବର୍ଷକ ଭିତରେ ଏଠାରୁ ଜଣେ କେହି କରୋନା ସଂକ୍ରମିତ ବାହାରି ନାହାନ୍ତି। ଦେଶ କରୋନା ବିରୋଧୀ ଲଢେଇକୁ ଅତି ସତର୍କତାର ସହ ଲଢ଼ିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri