କମିନି କରୋନା, ରୁହ ସତର୍କ, ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୯।୪ : କରୋନା ଭାଇରସ ଅନେକ ଦେଶରେ ଏବେ ବି ବିପଦ ସୃଷ୍ଟି କରୁଛି। ହାରାହାରି, ପ୍ରତି ଚାରି ମାସରେ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେଉଛି। ତେଣୁ କରୋନା ମହାମାରୀ ଶେଷ ହୋଇଛି ବୋଲି ଭାବିବା ଭୁଲ୍‌। ତେଣୁ ସତର୍କ ରହିବା ଜରୁରୀ ବୋଲି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ (ମହାସଚିବ) ଆଣ୍ଟୋନିଓ ଗୁଟେରସ ଚେତାବନୀ ଦେଇଛନ୍ତି।

ଏସିଆରେ ବହୁ ପରିମାଣରେ ମାମଲା ପଞ୍ଜିକୃତ ହେଉଛି। ସମସ୍ତଙ୍କ ପାଇଁ, ପ୍ରତ୍ୟେକ ସ୍ଥାନରେ ଟିକା ଉପଲବ୍ଧ କରାଇବା ପାଇଁ ସମସ୍ତ ଦେଶର ସରକାର ଏବଂ ଔଷଧ କମ୍ପାନୀଗୁଡ଼ିକୁ ଏକାଠି କାମ କରିବାକୁ ଗୁଟେରସ ଆହ୍ବାନ ଦେଇଛନ୍ତି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଗାଓ୍ବି କୋଭାକ୍ସ ଆଡଭାନ୍ସ ମାର୍କେଟ ପ୍ରତିଶ୍ରୁତି ସମ୍ମିଳନୀ -୨୦୨୨ ରେ ଭିଡିଓ ବାର୍ତ୍ତା ‘ୱାନ ୱାଲର୍‌ଡ ପ୍ରୋଟେକ୍ଟଡ-ବ୍ରେକ କୋଭିଡ ନାଓ’ ରେ ନିଜ ବେକ୍ତବ୍ୟରେ ଏହା କହିଛନ୍ତି। ଦୈନିକ ହାରାହାରି ୧୫ ଲକ୍ଷ ନୂଆ ଆକ୍ରାନ୍ତଙ୍କୁ ପ୍ରତିଦିନ ବିଶ୍ୱରେ ଚିହ୍ନଟ କରାଯାଉଛି। ଏସିଆରେ ଏବଂ ୟୁରୋପରେ ଏକ ନୂଆ ଲହର ବ୍ୟାପିଛି ବୋଲି ସେ ଚେତାବନୀ ଦେଇଛନ୍ତି।

Share