ଭୂମି ପୂଜନରେ କରୋନା ନେଗେଟିଭ୍‌ ଅତିଥି ହେବେ ସାମିଲ୍‌

ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅତିଥିଙ୍କ ପାଖକୁ ନିମନ୍ତ୍ରଣ କାର୍ଡ ପଠାଯାଇଛି। ତେବେ ଅତିଥିଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯିବ। କରୋନା ନେଗେଟିଭ୍‌ ରିପୋର୍ଟ ଆସିଥିବା ଅତିଥିଙ୍କୁ ଉତ୍ସବରେ ସାମିଲ୍‌ ହେବାକୁ ଅନୁମତି ମିଳିବ। ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଅତିଥିଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ଏବେ ନିମନ୍ତ୍ରଣ କାର୍ଡ ପଠାଯାଇଥିବା ଅତିଥିଙ୍କର ନମୁନା ପରୀକ୍ଷା ଆରମ୍ଭ ହୋଇଛି। କରୋନା ସଙ୍କଟ ଯୋଗୁ ଭୂମି ପୂଜନ ଉତ୍ସବରେ ଅତିଥିଙ୍କ ପାଇଁ ବାଧା ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଅଯୋଧ୍ୟା ଏବେ ଉତ୍ସବ ମୁଖର ହୋଇଉଠିଛି। ଆଲୋକମାଳାରେ ସହର ସଜେଇ ହୋଇ ରହିଛି।

Share