ଆମେରିକା ଲ୍ୟାବ୍‌ରୁ ଲିକ୍‌ ହୋଇଥିଲା କରୋନା, ଅର୍ଥଶାସ୍ତ୍ରୀ କଲେ ଦାବି…

ଓ୍ବାଶିଂଟନ, ୬।୭ : ଆମେରିକାର ଅର୍ଥନୀତିଜ୍ଞ ଜେଫରି ସାସ ଦାବି କରିଛନ୍ତି ଯେ ଚାଇନାର ଉହାନ ଲ୍ୟାବ୍‌ ନୁହେଁ ଆମେରିକାର ଏକ ଲ୍ୟାବ୍‌ରୁ କରୋନା ଭୂତାଣୁ ଲିକ୍‌ ହୋଇଛି। ମହାମାରୀର ଉତ୍ପତ୍ତି ବିଷୟରେ ଦୁଇ ବର୍ଷର ଅନୁସନ୍ଧାନର ନେତୃତ୍ୱ ନେଇଥିବା ଜେଫରି କହିଛନ୍ତି ଯେ’ କୋଭିଡ -୧୯୍‌ ସଂକ୍ରମଣ ଆମେରିକାର ବାୟୋଟେକ୍ନୋଲୋଜି ଲ୍ୟାବ୍‌ ର ଫଳାଫଳ ବୋଲି ଡେଲି ମେଲ ରିପୋର୍ଟ କରିଛି।

ସ୍ପେନର ଜଗତୀକରଣ ଥିଙ୍କ-ଟେକ ଗେଟ କେନ୍ଦ୍ରର ଏକ ସମ୍ମିଳନୀରେ ଅର୍ଥନୀତିଜ୍ଞ ଜେଫରି କହିଛନ୍ତି ଯେ ମୁଁ କୋଭିଡ ଉପରେ ଦୁଇ ବର୍ଷ ଧରି ଲାସେଣ୍ଟ ପାଇଁ ଏକ କମିଶନ ର ଅଧ୍ୟକ୍ଷତା କରିଛନ୍ତି। ସେ କହିଛନ୍ତି, ’ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ କୋଭିଡ ଆମେରିକାର ଜୀବବିଜ୍ଞାନର ଲ୍ୟାବରୁ ଉତ୍ପନ୍ନ ହୋଇଛି। ଦୁଇ ବର୍ଷର ଗଭୀ ଅଧ୍ୟୟନ ପରେ ମୁଁ ଏହା ଉଲ୍ଲେଖ କରୁଛି । ତେଣୁ ମୋ ମତରେ ଏହା ଏକ ଭୁଲ ଯେ କୋଭିଡ ଦୁର୍ଘଟଣା କିମ୍ବା ପ୍ରାକୃତିକ ହୋଇପାରେ।

କୋଭିଡ -୧୯ ମହାମାରୀର ଦୁଇ ବର୍ଷ ପରେ ମଧ୍ୟ ଏହା କିପରି ଉତ୍ପନ୍ନ ହେଲା ସେନେଇ କୌଣସି ସୂଚନା ମିଳି ପାରି ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଗତ ମାସରେ କହିଥିଲେ ଯେ କୋଭିଡ -୧୯ ଲ୍ୟାବ ଲିକ ସିଦ୍ଧାନ୍ତର ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି। ତା’ପରେ ସେ କହିଥିଲେ ଯେ ୟୁରୋପର ଜଣେ ବରିଷ୍ଠ ରାଜନେତା ବ୍ୟକ୍ତିଗତ ଭାବେ ସ୍ବୀକାର କରିଛନ୍ତି ଯେ ଏହି ମହାମାରୀ ଚାଇନାର ଉହାନ ଲ୍ୟାବରୁ ଆସିଛି।

ଜେଫରି କହିଛନ୍ତି ଯେ ଏହାର ଯଥେଷ୍ଟ ପ୍ରମାଣ ରହିଛି। ଏହାର ଅନୁସନ୍ଧାନ କରାଯିବା ଉଚିତ। ଜେଫରିଙ୍କୁ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଟାଇମ ମାଗାଜିନରେ ସ୍ଥାନୀତ କରାଯାଇଛି। ସେ କହିଛନ୍ତି ମୁଁ ପ୍ରକୃତ କାରଣ ପାଇଁ ଚିନ୍ତା କରୁଛି। ଏଥି ସହିତ ଡେଲି ମେଲ କହିଛି ଯେ ଚାଇନାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଜେଫରିଙ୍କ ଦାବିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ହେବା ଆବଶ୍ୟକ।

Share