କରୋନା ପୁଣି ବେକାବୁ

ନୂଆଦିଲ୍ଲୀ,୬।୩: ଭାରତରେ ପୁଣି କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୨୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୦୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଗତକ ୨୪ ଘଣ୍ଟାରେ ୧୪ ହଜାର ୨୩୪ ଜଣ କରୋନା ସଂକ୍ରମଣ ମୁକ୍ତ ହୋଇଛନ୍ତି। ଏସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୭ ଲକ୍ଷ ୫୧ ହଜାର ୯୩୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଇତିମଧ୍ୟରେ ଦେଶରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନରେ କୋଟିଏ ୯୪ ଲକ୍ଷ ୯୭ ହଜାର ୭୦୪ ଜଣଙ୍କୁ ଟିକାଦାନ କରାଯାଇଥିବା ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ପକ୍ଷରୁ କୁହାଯାଇଛି।

Share