କଳା ଉପରେ କରୋନା ମାଡ଼: ପ୍ରତିଭାରେ ପ୍ରତିବନ୍ଧକ, ଚିନ୍ତାରେ କଳାକାର

କଟକ ଅଫିସ,୨୦।୯: କଳା କ୍ଷେତ୍ରରେ କଟକର ପରିଚୟ ଭିନ୍ନ । କୁହାଯାଏ ୬୦ ଦଶକରେ ଏହିଠାରୁ ହିଁ ମେଲୋଡ଼ି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଯାହା ସମଗ୍ର ରାଜ୍ୟର ପୂରପଲ୍ଲୀକୁ ବ୍ୟାପିଥିଲା। ସେତେବେଳ ସମୟରେ ମଞ୍ଚ ଉପରେ ସ୍ବର୍ଗତଃ ଅକ୍ଷୟ ମହାନ୍ତି(ଖୋକା ଭାଇ) ପଦଟିଏ ନ ଗାଇଲେ ସେଠାକାର ଯାନିଯାତରା ପରିପୂର୍ଣ୍ଣ ହୁଏନି। ଦୋଳ ହେଉ କି ଦଶହରା, ଦୀପାବଳି ହେଉ କି ଡଙ୍ଗାଭସା। ବିଭିନ୍ନ ପର୍ବପର୍ବାଣୀରେ ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଉଥିବା ମେଲୋଡ଼ି କଳାକାର ଏବେ କିନ୍ତୁ ହାତ ବାନ୍ଧି ବସିଛନ୍ତି…

ସମଗ୍ର ସ୍ତରକୁ ହାନି ପହଞ୍ଚାଇଛି ମହାମାରୀ କରୋନା। କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। କଳା ପରିବେଷଣ କରି ପେଟ ପୋଷୁଥିବା କଳାକାର ନିଜ ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ବି ନାହିଁ। ମାର୍ଚ୍ଚ ଶେଷ ସପ୍ତାହରୁ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଉତ୍ସବ କି ମହୋତ୍ସବ ଆୟୋଜନ କରାଯାଇନାହିଁ। ମେଲୋଡି କଳାକାରଙ୍କୁ ଅର୍ଥାଭାବ ଗ୍ରାସ କରିସାରିଲାଣି ବୋଲି ‘ସାଗର ସଙ୍ଗମ’ର ମାଲିକ ମହମ୍ମଦ ଆବିଦ୍‌ କହିଛନ୍ତି। ଚଳିତବର୍ଷ ଦଶହରା ଉପରେ ପ୍ରତିବନ୍ଧକ ଲାଗିସାରିଛି। ଏଭଳି ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଆସନ୍ତା କାଳୀପୂଜା, ବାଲିଯାତ୍ରା ଓ କାର୍ତ୍ତିକଶ୍ୱର ପୂଜା ମଧ୍ୟ ଜାକଜକମରେ ହେବନି ବୋଲି ପୂର୍ବାନୁମାନ କରାଯାଉଛି।

କରୋନା କଟକଣା ଆରମ୍ଭ ହେବା ପରେ କିଛି ମାସ ବିବାହ ଋତୁ ମଧ୍ୟ ଥିଲା। ବିବାହ କାର୍ଯ୍ୟକ୍ରମରେ ମେଲୋଡ଼ି ଆୟୋଜନ ଦେଖିବାକୁ ମିଳେ। ଏହାଛଡା କଲେଜର ବାର୍ଷିକୋତ୍ସବ ଓ ବିଭିନ୍ନ ମହୋତ୍ସବ ମଧ୍ୟ ଏପ୍ରିଲରୁ ଜୁନ୍‌ ଭିତରେ ଆୟୋଜନ କରାଯାଏ। ହେଲେ ଚଳିତବର୍ଷ ଗୋଟିଏ ହେଲେ ବି କାର୍ଯ୍ୟକ୍ରମ କରାଯାଇନାହିଁ। ମାର୍ଚ୍ଚ ୧୧ ତାରିଖରେ ଶେଷଥର ପାଇଁ ମେଲୋଡି କାର୍ଯ୍ୟକ୍ରମ କରିଥିଲୁ ବୋଲି ଆବିଦ୍‌ କହିଛନ୍ତି। ଏହି ତାରିଖ ସୁଦ୍ଧା ୭ଟି କାର୍ଯ୍ୟକ୍ରମର ଆଡଭାନ୍ସ ରାଶି ଗ୍ରହଣ କରିଥିଲୁ। ହେଲେ ସମସ୍ତ କାର୍ଯ୍ୟକ୍ରମ ବାତିଲ ହେବା ଯୋଗୁ ଟଙ୍କା ଫେରାଇବାକୁ ପଡ଼ିଥିଲା। ପରେ ପ୍ରାୟ ୨ମାସ ପାର୍ଟିର କଳାକାରମାନଙ୍କୁ କିଛି ଆର୍ଥିକ ସହାୟତା ଦିଆଯାଇଥିଲା। ଯାହା ଖୁବ୍‌ କମ୍‌ ଥିଲା। ଏହାପରେ ସହାୟତା ଦେବା ସମ୍ଭବପର ହୋଇ ନ ଥିଲା। ମଞ୍ଚରେ ନିଜ ପ୍ରତିଭାକୁ ପ୍ରଦର୍ଶନ କରୁଥିବା କଳାକାରମାନେ ଏବେ ପେଟ ପୋଷିବାକୁ ଭିନ୍ନ ବାଟ ବାଛି ସାରିଲେଣି ବୋଲି ଆବିଦ୍‌ କୁହନ୍ତି। କିଛି କଳାକାର ମଧ୍ୟ ଗଁାକୁ ଚାଲି ଯାଇଛନ୍ତି। ଆମେ କେବେ ତାଙ୍କୁ ଡାକରା ପଠାଇବୁ ବୋଲି ଅପେକ୍ଷା କରି ରହିଛନ୍ତି। ପ୍ରାୟ ସମୟ ଫୋନ୍‌ କରି କାର୍ଯ୍ୟକ୍ରମ ବିଷୟରେ ପଚାରୁଥିବାବେଳେ ତାଙ୍କୁ ଉତ୍ତର ଦେଇପାରୁନାହୁଁ ବୋଲି ଆବିଦ୍‌ କହିଥିଲେ। ସେହିପରି ହବିବ୍‌ ମେଲୋଡି ପାର୍ଟିର ମୁଖ୍ୟ ମହମ୍ମଦ ସାହିଦ୍‌ କହିଛନ୍ତି, ଏପରି ସ୍ଥିତିରେ ପେଟ ପୋଷିବା ଚିନ୍ତାଜନକ ବିଷୟ ହୋଇଛି। ବର୍ଷକୁ ୨୦ରୁ ୨୫ଟି କାର୍ଯ୍ୟକ୍ରମ ହେଲେ ସମସ୍ତେ ଅଳ୍ପବହୁତେ ଅର୍ଥ ରୋଜଗାର କରୁଥିଲେ। ହେଲେ ଏବେ ରୋଜଗାରର ମାଧ୍ୟମ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri