‘ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି’

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ନେଇ ଜନସାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଆକ୍ଟିଭ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ କମୁଛି। ମାତ୍ର ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ କହିଛନ୍ତି, ଓମିକ୍ରନ୍‌ ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ଅଧିକ। ତେଣୁ ଆମକୁ ସତର୍କ ରହିବାକୁ ପଡିବ। ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ ସାମାନ୍ୟତମ ପ୍ରଭାବ ପକାଉନି। ଗ୍ରାଫ୍‌ର ସମ୍ପୂର୍ଣ୍ଣ ତଳେ ନ ପହଞ୍ଚିବା ଯାଏ ଆମକୁ ସତର୍କ ରହିବାକୁ ପଡିବ।