ଭାରତରେ ଏଣ୍ଡେମିକ୍‌ ହେବାକୁ ଯାଉଛି କରୋନା …

ନୂଆଦିଲ୍ଲୀ,୨୧।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ନେଇ ଆଶଙ୍କା ଏବଂ ଆତଙ୍କ ବୃଦ୍ଧିି ପାଇବାରେ ଲାଗିଛି। ଏପରିସ୍ଥଳେ ଭାକ୍ସିନ୍‌ ବିଶେଷଜ୍ଞ ଗଗନଦୀପ୍‌ କାଙ୍ଗ୍‌ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ କରୋନା ଏବେ ଏଣ୍ଡେମିକ୍‌ ହେବାକୁ ଯାଉଛି। କରୋନା ସଂକ୍ରମଣ ସ୍ଥାନୀୟ ଅଞ୍ଚଳରେ ଅଧିକ ହେବା ସହିତ ସାରା ଦେଶରେ ବ୍ୟାପିବାର ଆଶଙ୍କା ରହିଛି।

ତେବେ ଏହି ସମ୍ଭାବ୍ୟ ତୃତୀୟ ଲହର ବିପଜ୍ଜନକ ହେବ ନାହିଁ। ଏହା ପୂର୍ବ ସଂକ୍ରମଣ ତୁଳନାରେ କମ୍‌ ଘାତକ ହେବ। ପେଣ୍ଡେମିକ୍‌ କ୍ଷେତ୍ରରେ ସଂକ୍ରମଣ କମ୍‌ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଥାଏ। ମାତ୍ର ଏଣ୍ଡେମିକ୍‌ କ୍ଷେତ୍ରରେ ଦେଶର ଏକ ବୃହତ ଜନସଂଖ୍ୟା କରୋନା ମହାମାରୀ ସହିତ ଜୀବନ ଜିଇଁବାକୁ ସକ୍ଷମ ହୋଇ ପାରିବେ। ସମ୍ପ୍ରତି ମହାମାରୀ ସହିତ ବଞ୍ଚି ରହିବା ସ୍ଥିତି ଭାରତରେ ସୃଷ୍ଟି ହେବାକୁ ଯାଉଥିବା ଡ. ଗଗନ କହିଛନ୍ତି।

ପେଣ୍ଡେମିକ୍‌ରୁ ଏଣ୍ଡେମିକ୍‌ ସ୍ଥିତିକୁ ଆସିଲେ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଥାଏ ବୋଲି ଗଗନଦୀପ୍‌ କହିଛନ୍ତି। କିନ୍ତୁ ରୋଗ ଶେଷ ହୋଇ ନ ଥାଏ। ଅଧିକାଂଶ ରୋଗ ଶେଷ ନ ହୋଇ ଏଣ୍ଡେମିକ୍‌ ସ୍ଥିତିକୁ ଆସିଥାନ୍ତି। ଫଳରେ ବିପଦର ଆଶଙ୍କା କମ୍‌ ରହିଥାଏ। ଏବେ ଭାରତ ପାଖରେ ବିକଶିତ ଭାକ୍ସିନ୍‌ ସହିତ ଅନ୍ୟ ସୁବିଧା ରହିଛି। ତେଣୁ ଦ୍ୱିତୀୟ ଲହର ଭଳି ଅବସ୍ଥା ସୃଷ୍ଟି ହେବାର ଆଶଙ୍କା କମ୍‌ ଥିବା ସେ କହିଛନ୍ତି। ପାର୍ବଣ ଋତୁରେ କରୋନା ମାର୍ଗଦଶିକା ପାଳନ ସହିତ ମାସ୍କ ପିନ୍ଧିବା ଦ୍ୱାରା ସଂକ୍ରମଣ କମ୍‌ ହୋଇ ପାରିବ ବୋଲି ସତର୍କ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri