ପରିବା ସାଙ୍ଗରେ ଘରକୁ ଯାଉଛି କରୋନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏବେ କରୋନା ସଂକ୍ରମଣ ହୁହୁ ହୋଇ ମାଡ଼ି ଚାଲିଛି। ଏଠାରେ ପ୍ରତିଦିନ ୫୦ ଉପରେ ପଜିଟିଭ୍‌ ଚିହ୍ନଟ ହେଉଥିବାବେଳେ ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ରେ ପହଞ୍ଚତ୍ଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସହରରେ ପୁଣି ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ସକାଳ ୬ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏସବୁ ଦୋକାନରୁ ହିଁ ସଂକ୍ରମଣ ବ୍ୟାପୁଛି। କାରଣ ଇତିମଧ୍ୟରେ କେତେଜଣ ତେଜରାତି ଦୋକାନୀ ଓ ପରିବା ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ବହୁ ଗ୍ରାହକ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି। ବିଶେଷକରି ୟୁନିଟ୍‌-୧ ସମେତ ବିଭିନ୍ନ ପରିବା ବଜାରରେ ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ଲୋକେ ସଂକ୍ରମଣକୁ ଘରକୁ ନେଉଥିବା ଆଶଙ୍କା ପ୍ରକାଶ ପାଇଛି। ସବୁଠୁ ଉଦ୍‌ବେଗର ବିଷୟ ହେଲା ୟୁନିଟ୍‌-୧ ହାଟର ଜଣେ ପରିବା ଗୋଦାମ ମାଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡିବା ପରେ ଶନିବାର ପୋଲିସ ଉକ୍ତ ହାଟକୁ ଯାଇ ବ୍ୟବସାୟୀଙ୍କୁ ଏନେଇ ଅବଗତ କରିବା ସହ ସଂସ୍ପର୍ଶରେ ଆସିଥିଲେ ଘରେ ସଙ୍ଗରୋଧରେ ରହିବାକୁ କହିଥିବା କେତେଜଣ ବ୍ୟବସାୟୀ କହିଛନ୍ତି। ଆକ୍ରାନ୍ତ ବ୍ୟବସାୟଙ୍କଠାରୁ ସହରର ବିଭିନ୍ନ ହାଟ, ବଜାର ଓ କଲୋନୀରେ ଦୋକାନ କରିଥିବା ବ୍ୟବସାୟୀ ପରିବାର ନେଇଥାନ୍ତି। ସେସବୁ ଦୋକାନରୁ ଶହଶହ ଲୋକ ପରିବା ଘରକୁ ନେଇଥିବାରୁ ସଂକ୍ରମଣ ଘରକୁ ବ୍ୟାପିଥିବା ମଧ୍ୟ ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଦେଖିବାକୁ ଗଲେ କମିଶନରେଟ ପୋଲିସ କଟକଣା ଲଗାଇଥିଲେ ମଧ୍ୟ ସେପରି ପଦକ୍ଷେପ ନେଉନି। ସାମାଜିକ ଦୂରିତ୍ୱ ଓ କୋଭିଡ୍‌ କଟକଣା ହାଟବଜାରରେ ରହୁନି। ଯାଞ୍ଚ ଓ ଚଢ଼ାଉ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହେଉଛନ୍ତି। ହେଲେ ପୋଲିସ ଉପସ୍ଥିତିରେ ବି ଶନିବାର ବଡ଼ଗଡ଼ ପରିବା ହାଟରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ବ୍ୟବସାୟୀ ହେଉ ଅବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଆଦୌ ରହୁନି। ଫଳରେ ସବୁଠୁ ସଚେତନ ତଥା ଶିକ୍ଷିତ ଲୋକ ରହୁଥିବା ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ତେଣୁ ପୋଲିସ ଏକ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବା ସହ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।
ବିଏମ୍‌ସି ବିଡିଏ ମିଳିତ ସ୍କ୍ବାଡ୍‌ର ଜଣେ ଅଧିକାରୀ କହିଛନ୍ତି, ଖରାଗରମ ପାଇଁ ଲୋକେ ମୁଖ୍ୟତଃ ସକାଳବେଳା ହିଁ ହାଟ ବଜାରକୁ ଆସୁଛନ୍ତି। ସେଥିପାଇଁ ଭିଡ଼ ହେଉଛି। ହେଲେ ସକାଳୁ ସ୍କ୍ବାଡ୍‌ ସଦସ୍ୟଙ୍କ ନିଦ ଭାଙ୍ଗୁନି। ଚଢ଼ାଉବେଳକୁ ଲୋକେ ଘରକୁ ଫେରିଯାଉଛନ୍ତି। ସ୍କ୍ବାଡ୍‌ ଖାଲି ହାତରେ ଫେରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri