ରକ୍ତ ସଂଗ୍ରହରେ କରୋନା ବାଧକ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ମହାମାରୀ ରାଜ୍ୟରେ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି। ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିଥିବାବେଳେ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏଥିଯୋଗୁ ରକ୍ତ ସଂଗ୍ରହ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟରେ ଥିବା ବିଭିନ୍ନ ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଦାନ ଓ ସଂଗ୍ରହ ପୂରା କମିଯାଇଛି। ଫଳରେ ସାଧାରଣ ଚିକିତ୍ସା କ୍ଷେତ୍ର ବଡ଼ ସଙ୍କଟ ମଧ୍ୟଦେଇ ଗତି କରୁଛି।
କଟକରେ ସେଣ୍ଟ୍ରାଲ୍‌ ରେଡ୍‌ କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ରହିଛି। ଓଡ଼ିଶାର ଏହି ଅନ୍ୟତମ ବୃହତ୍ତମ ବ୍ଲଡ୍‌ ବ୍ୟାଙ୍କ କରୋନା ପୂର୍ବରୁ ପ୍ରତିଦିନ ୧୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରୁଥିଲା। ଏବେ ଦିନକୁ ୫୦ ୟୁନିଟ୍‌ ରକ୍ତ ପାଇବା କଷ୍ଟକର ହୋଇପଡୁଛି। ଏନେଇ ବ୍ଲଡ୍‌ ବ୍ୟାଙ୍କର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ଦାସ କହିଛନ୍ତି, କରୋନା ହେତୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତଥାପି ଆମେ ନିୟମିତ ରକ୍ତ ସଂଗ୍ରହ ବୃଦ୍ଧି କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ କରିଛୁ। ସେହିପରି କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର ରକ୍ତ ସଂଗ୍ରହ ବ୍ୟବସ୍ଥା ମଧ୍ୟ ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଛି। ଏହି ବ୍ଲଡ୍‌ ବ୍ୟାଙ୍କର ଇନ୍‌ଚାର୍ଜ ଡା. ଦେବାଶିଷ ମିଶ୍ର କହିଛନ୍ତି, ଛାତ୍ରୀଛାତ୍ରମାନେ ଅଧିକାଂଶ ରକ୍ତ ଦାନ କରନ୍ତି। ଶିକ୍ଷାନୁଷ୍ଠାନ ରକ୍ତଦାନର ମୂଳ ଉତ୍ସ ହୋଇଥିବାରୁ ସେଗୁଡ଼ିକ ବନ୍ଦ ଥିବା କାରଣରୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତେବେ ରକ୍ତ ସଂଗ୍ରହ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ ଜାରି ରଖିବାକୁ ସ୍ଥାନୀୟ କ୍ଲବ୍‌ ଓ ସ୍ବେଚ୍ଛାସେବୀ ଦାତାଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକେ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଡା. ମିଶ୍ର ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ୟୁନିଟ୍‌ ରକ୍ତ ୩ଜଣ ରୋଗୀଙ୍କ ଜୀବନ ରକ୍ଷା କରିପାରିବ। ଦାନ କରାଯାଇଥିବା ଅଧିକାଂଶ ରକ୍ତ କର୍କଟ, ବର୍ନ, ଥାଲାସେମିଆ ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଲାଗିଥାଏ। ରକ୍ତ ହେଉଛି ମାନବ ଶରୀରରୁ ବାହାରୁଥିବା ଏକମାତ୍ର ଜୀବନ୍ତ ଶକ୍ତି, ଯାହା ମନୁଷ୍ୟର ଅସ୍ତିତ୍ୱ ସମୟରେ ଦାନ କରାଯାଇପାରେ। ତେଣୁ ଏହାର ଦାନକୁ ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ରକ୍ତ ସଂଗ୍ରହରେ ବିଭିନ୍ନ ପଦ୍ଧତି ଆପଣାଯାଉଛି। ନାଟ୍‌-ପିସିଆର ପଦ୍ଧତି କେବଳ କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲା ଭିମ୍‌ସାର ଏବଂ କଟକ ଏସ୍‌ସିବି ମେଡିକାଲ କଲେଜରେ ଉପଲବ୍ଧ ହେଉଛି। ବିଶେଷଜ୍ଞମାନେ ଦାବି କରିଛନ୍ତି, ନାଟ୍‌-ପିସିଆର ପଦ୍ଧତିରେ ରକ୍ତ ସଂଗ୍ରହ ନିରାପଦ। ପ୍ରାରମ୍ଭିକ ପର୍ଯ୍ୟାୟରେ ରକ୍ତରୁ ଏଚ୍‌.ଆଇ.ଭି. ଭଳି ମାରାତ୍ମକ ସଂକ୍ରମଣ ଚିହ୍ନଟ କରିପାରିବ ବୋଲି ଭିମ୍‌ସାର ବୁର୍ଲାର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ମୁଖ୍ୟ ଡା. ସି.ଆର୍‌. ପ୍ରସାଦ କହିଛନ୍ତି। ତେବେ ଏହି ପଦ୍ଧତି ପାଇଁ ଆବଶ୍ୟକ ମେଶିନର ଅଧିକ ମୂଲ୍ୟ ହେତୁ ଅନେକ ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ସଂଗ୍ରହରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇପାରୁନି। ଏଥିପାଇଁ ହସ୍ପିଟାଲ ଓ ମେଡିକାଲ କଲେଜ ଉପରେ ନିର୍ଭରଶୀଳ ହେଉଥିବାରୁ ପୂରା ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହା ଉପରେ ସେ ଗୁରୁତ୍ୱ ଦେବା ସହ ରକ୍ତ ସଂଗ୍ରହକୁ ବ୍ୟାପକ କରିବା ପାଇଁ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ଡା. ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri