ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ

ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି। ପ୍ରଧାନ କହିଛନ୍ତି, ତେଲ ଉପରେ ଲାଗୁ ହେଉଥିବା ଟିକସରୁ ସରକାର ଅର୍ଥ ସଞ୍ଚୟ କରୁଛନ୍ତି। ଏହି ଅର୍ଥକୁ ବିଭିନ୍ନ ସାମାଜିକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛିି। ସେହିଭଳି କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ତେଲ ଉପରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ କମାନ୍ତୁ ବୋଲି ପ୍ରଧାନ କହିଛନ୍ତି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି। ଏହି ରାଜ୍ୟଗୁଡ଼ିକର ସରକାର ତେଲ ଟିକସ ହ୍ରାସ କରିବାକୁ ରାହୁଲ ହସ୍ତକ୍ଷେପ କରନ୍ତୁ। ଫଳରେ ସାଧାରଣ ଲୋକଙ୍କ ସମସ୍ୟା କମିବ ବୋଲି ଧର୍ମେନ୍ଦ୍ର ମତ ପ୍ରକାଶ କରିଛନ୍ତି।
ଗତ ୬ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫.୭୨ ଟଙ୍କାରୁ ୬.୨୫ ଟଙ୍କା ବଢିଛି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହିପରିପ୍ରେକ୍ଷୀରେ ପ୍ରଧାନ କହିଛନ୍ତି, କରୋନା ମହାମାରୀ ସ୍ଥିତିରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ରାଜସ୍ବ ନିଅଣ୍ଟିଆ ସ୍ଥିତିକୁ ଭରଣା କରିବାରେ ତେଲ ଟିକସ ସହାୟକ ହେଉଛି। ଟିକସ ବୋଝ ଲୋକଙ୍କୁ ବାଧୁଥିବା ଆମେ ଜାଣିପାରୁଛୁ। ସ୍ବାସ୍ଥ୍ୟ ଭିତ୍ତିଭୂମି, ଟିକାପ୍ରଦାନ ଏବଂ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ବଣ୍ଟନ କରିବା ଲାଗି ସରକାରଙ୍କୁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନ ପୁଣି କହିଛନ୍ତି, ରାହୁଲ ଗାନ୍ଧୀ ଯଦି ସବୁ ବେଳେ ତେଲ ଦର ନେଇ ସରକାରଙ୍କୁ ଦୋଷ ଦେଉଛନ୍ତି ତେବେ ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କାହିଁକି ଇନ୍ଧନ ଦର ଉଚ୍ଚରେ ରହିଛି। ଲୋକଙ୍କ ପାଇଁ ରାହୁଲ ସେହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ କହି ଟିକସ କମାନ୍ତୁ। ଅନ୍ୟକୁ କହିବା ପରିବର୍ତ୍ତେ ନିଜ ଘର ଠିକ୍‌ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାରେ ତେଲ ଦର ଦେଶ ମଧ୍ୟରେ ସବୁଠାରୁ ଉଚ୍ଚରେ ରହିଛି। ଫେବୃୟାରୀ ମଧ୍ୟଭାଗରେ ସେଠାରେ ପେଟ୍ରୋଲ ୧୦୦ ଟଙ୍କା ସ୍ତର ଛୁଇଁଥିଲା। ଯାହା ବର୍ତ୍ତମାନ ୧୦୭.୨୨ ଟଙ୍କା ରହିଛି। ସେହିଭଳି ସେଠାରେ ଡିଜେଲ ଦର ୧୦୦.୦୫ ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?