ପରିବାରରେ ୩୨ ଜଣଙ୍କୁ କରୋନା

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ବାନ୍ଦା ସହର ଫୁଟାକୂଆଁ ଅଞ୍ଚଳରେ ଗୋଟିଏ ପରିବାରର ୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସିଏମ୍‌ଓ ଏନ୍‌.ଡି. ଶର୍ମା କହିଛନ୍ତି, ଜିଲାରେ ୪୪ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଏକ ଯୌଥ ପରିବାରରେ ୩୨ ଆକ୍ରାନ୍ତ ବାହାରିଛନ୍ତି। ଏବେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛିି। ଜିଲାରେ ଏପର୍ଯ୍ୟନ୍ତ ୮୦୭ କରୋନା ରୋଗୀ ବାହାରିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୪୩୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ୩୬୦ ସଂକ୍ରମିତ ହୋଇଛନ୍ତି।

Share