ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…

ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି। କେରଳ, ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଏବଂ ମିଜୋରାମରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ସମ୍ପୃକ୍ତ ରାଜ୍ୟ ସରକାରଙ୍କକୁ ଚିଠି ଳେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଗୁଜରାଟରେ ଏକ୍ସଇ ଭାରିଆଣ୍ଟ୍‌ ସହିତ ଏକ୍ସଏମ୍‌ ଭାରିଆଣ୍ଟ ସଂକ୍ରମଣ ବଢୁଥିବାର ସୂଚନା ମିଳିଛି। ଗତ ୨୪ ଘଣ୍ଟାରେ କେରଳରେ ୩୫୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୧୧୩ ଜଣ, ହରିୟାଣାରେ ୩୩୬ ଜଣ, ଦିଲ୍ଲୀରେ ୧୪୬ ଏବଂ ମିଜୋରାମରେ ୧୨୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ଅତ୍ୟନ୍ତ ଉଦ୍‌ବେଗ ଜନକ ବୋଲି ସ୍ବାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ଚାଇନା ଏବଂ ଆମେରିକାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବ୍ରିଟେନ୍‌ ସମେତ ୟୁରୋପର କେତେକ ଦେଶରେ ପୁଣି ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏନେଇ ଭାରତ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share