Posted inଖେଳ

ଆଇପିଏଲ୍‌ରେ କରୋନା: ସିଏସ୍‌କେର ୧୩ ପଜିଟିଭ୍‌, ରାଇନାଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ/ଦୁବାଇ, ୩୦ା୮ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌ରେ ବିଭ୍ରାଟ ଦେଖା ଦେଇଛି। ଦୁଇଜଣ କ୍ରିକେଟରଙ୍କ ସମେତ ଦଳର ୧୩ଜଣ କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ବେଳେ ଅଲରାଉଣ୍ଡର ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଟି୨୦ ଲିଗ୍‌ରୁ ଓହରି ଘରବାହୁଡ଼ା କରିଛନ୍ତି। ରାଇନା କିଛିଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କୋଭିଡ୍‌ -୧୯ ଯୋଗୁ ଏଥର ଆଇପିଏଲ୍‌ ଭାରତରେ ନହୋଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହୋଇଛି। ଟୁର୍ନାମେଣ୍ଟର ମ୍ୟାଚଗୁଡ଼ିକ ଦେଶର ତିନୋଟି ସହରରେ ଖେଳାଯିବ। କୋଭିଡ୍‌ ସଂକ୍ରମିତ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଦଳର ଅନ୍ୟ ସଦସ୍ୟମାନଙ୍କଠାରୁ ଦୂରେଇ ରଖାଯାଇଛି। କାହା ନିକଟରେ କିନ୍ତୁ କରୋନା ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ସମସ୍ତେ ଆଇପିଏଲD ମେଡିକାଲ ଟିମ୍‌ ନଜରରେ ଅଛନ୍ତି। ଟେଷ୍ଟରେ ପଜିଟିଭ୍‌ ଆସିଥିବା ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ ହ୍ବାଇଟ୍‌ ବଲ୍‌ ଟି୨୦ ସ୍ପେଶାଲିଷ୍ଟ ସିମର ଏବଂ ଅନ୍ୟ ଜଣେ ଭାରତ ଏ’ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ବୋର୍ଡ କିନ୍ତୁ କୌଣସି ବ୍ୟକ୍ତିଙ୍କ ନାମ ପ୍ରକାଶ କରି ନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି ୟୁଏଇରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଗ୍ରୁପ୍‌ର ଅଗଷ୍ଟ ୨୦ରୁ ୨୮ ମଧ୍ୟରେ ମୋଟ ୧,୯୮୮ ଆରଟି-ପିସିଆର୍‌ ଟେଷ୍ଟ ହୋଇଥିଲା। ଖେଳାଳି ସପୋର୍ଟ ଷ୍ଟାଫ୍‌, ଆଇପିଏଲ୍‌ ଅପରେଶନାଲ ଷ୍ଟାପ୍‌, ଟିମ୍‌ ମ୍ୟାନେଜମେଣ୍ଟ,ବିସିସିଆଇ ଷ୍ଟାଫ୍‌, ଆଇପିଏଲ୍‌ ଅପରେଶନାଲ ଟିମ୍‌, ହୋଟେଲ ଓ ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟ ଷ୍ଟାଫ୍‌ଙ୍କର ଟେଷ୍ଟ ହୋଇଥିଲା। ଆଇପିଏଲ୍‌ ୨୦୨୦ ହେଲ୍‌ଥ ଆଣ୍ଡ୍‌ ସେଫ୍ଟି ପ୍ରୋଟୋକଲ ଅନୁସାରେ ଆଇପିଏଲ୍‌ ୨୦୨୦ ସିଜନ ସାରା ସମସ୍ତ ଅଂଶଗ୍ରହଣକାରୀଙ୍କ ନିୟମିତ ଟେଷ୍ଟ ହେବ। ଯେଉଁମାନଙ୍କର ପଜିଟିଭ ଆସିବ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ପରେ ଆର୍‌ଟି-ପିସିଆର୍‌ ଟେଷ୍ଟରେ ଦୁଇଥର ନେଗେଟିଭ୍‌ ଆସିଲେ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିବା ବାୟୋ-ବବଲରେ ପ୍ରବେଶ କରିବା ପାଇଁ ଅନୁମତି ମିଳିବ। ରାଇନାଙ୍କ ଭଳି ଖେଳାଳି ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ସେ କାହିଁକି ଓହରିଗଲେ ତାହାର କାରଣ ଯଦିଓ ଦର୍ଶାଇ ନାହାନ୍ତି, ବର୍ତ୍ତମାନ ପରିସ୍ଥିତିରେ ନିଜ ପରିବାର ସହିତ ଅତିବାହିତ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଦୁବାଇରେ ସିଏସ୍‌କେର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଇତି ମଧ୍ୟରେ ସେପ୍ଟେମ୍ବର ୧କୁ ବୃଦ୍ଧି କରାଯାଇସାରିଛି। ଅନ୍ୟପକ୍ଷରେ ଆଇପିଏଲ୍‌ ପାଇଁ ଏକଭଲ ଖବର ହେଲା ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗ୍‌ନିକ୍‌ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରି ଦୁବାଇରେ ଦଳ ସହ ଯୋଗ ଦାନ କରିଛନ୍ତି। ଦିଶାନ୍ତ ୧୪ଦିନିଆ କ୍ୱାରାଣ୍ଟାଇନ୍‌ ଶେଷ କରିଛନ୍ତି। ଦୁଇଥର ନେଗେଟିଭ୍‌ ରିପୋର୍ଟ ପରେ ସେ ଦଳ ସହ ଯୋଗ ଦେଇଛନ୍ତି। ଶାରଜା, ଦୁବାଇ ଓ ଆବୁଧାବିରେ ଆଇପିଏଲ୍‌ ଖେଳାଯିବ। ଏହା ନଭେମ୍ବର ୧୦ରେ ଶେଷ ହେବ। ବିସିସିଆଇ ଏପର୍ଯ୍ୟନ୍ତ କିନ୍ତୁ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri