Categories: ଜାତୀୟ

ଅଣାୟତ୍ତ ମୁହାଁ କରୋନା: ରାଜ୍ୟଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ-ଆଇସିଏମଆର…

ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କରୋନା ଭାଇରସ ଯାଞ୍ଚ ସମ୍ପର୍କରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଚିଠି ଲେଖିଛନ୍ତି। ସମସ୍ତ ରାଜ୍ୟକୁ କରୋନା ପରୀକ୍ଷାର ଗତି ବଢ଼ାଇବାକୁ ଏବଂ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୦ ଜଣଙ୍କଠାରେ ସଂକ୍ରମଣ ନିଶ୍ଚିତ ହୋଇଛି। ଏହି ସମୟ ମଧ୍ୟରେ ୬ଜଣ ସଂକ୍ରମିତ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ୧୪୬ଦିନ ମଧ୍ୟରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ପାଞ୍ଚ ସପ୍ତାହ ମଧ୍ୟରେ ଦେଶରେ ସଂକ୍ରମଣ କ୍ଷେତ୍ରରେ ନଅ ଗୁଣା ବୃଦ୍ଧି ଘଟିଛି। ସଂକ୍ରମଣର ବଢୂଥିବା ବିପଦକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଫୋର୍‌ ଟି’ (ଟେଷ୍ଟ-ଟ୍ରାକ-ଟ୍ରିଟ-ଟିକାକରଣ) ଏବଂ କୋଭିଡ ସହିତ ମୁକାବିଲା ପାଇଁ କୋଭିଡ ଉପଯୁକ୍ତ ମାର୍ଗଦର୍ଶିକାକ ପାଳନ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି।

 

Share