ସରସହୀନ ଶାରଦୀୟ ମହୋତ୍ସବ

କାମାକ୍ଷାନଗର, ୨୫।୧୦ (ସୁଧୀର କୁମାର ପରିଡ଼ା): ମା’ ଆସିଛନ୍ତି। ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଲେ କାହାରି ମନରେ ଅଛି ଉତ୍ସାହ ନା ଉଦ୍ଦୀପନା। ଦେବୀ-ଶ୍ରଦ୍ଧାଳୁଙ୍କ ମଧ୍ୟରେ ପଡ଼ିଥିବା କରୋନା କଟକଣାର ପାଚେରି ଚଳିତବର୍ଷ ଶାରଦୀୟ ମହୋତ୍ସବକୁ ସରସହୀନ କରିଦେଇଛି। ଭକ୍ତଶୂନ୍ୟ ମଣ୍ଡପରେ ପରଦା ଆଢୁଆଳରେ ମା’ ଦଶଭୁଜାଙ୍କ ଆବାହନ ଚାଲିଥିବାବେଳେ ଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି ଶ୍ରଦ୍ଧାଳୁ, ଯାହା ଛଡ଼ାଇ ନେଇଛି ଦୁର୍ଗାପୂଜାର ସରାଗ।
ଢେଙ୍କାନାଳ ଜିଲା କାମାକ୍ଷାନଗରର ଗଣପର୍ବ ଦଶହରା କରୋନା ମାଡ଼ରେ ଫିକା ପଡ଼ିଛି। ମୁଣ୍ଡିଦେଉଳି, ଜଗନ୍ନାଥ ବଜାର, ତରୁଣବଜାର, ଲକ୍ଷ୍ମୀବଜାର, ମେନ୍‌ରୋଡ୍‌, ଗୋପବନ୍ଧୁ ବଜାର, ହନୁମାନ ବଜାର, ବାବା ବଜାର, ତ୍ରିନାଥ ବଜାର, କଲେଜ ରୋଡ୍‌, ଇଲେକ୍ଟ୍ରି ଅଫିସ ଛକ, ମହାବୀର ବଜାର (ଜିରିଡ଼ାମାଳି), ରାଧାକୁଞ୍ଜସାହି, ତାରିଣୀ ବଜାର ଗଣେଶ ବଜାର ଆଦି ୧୪ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ହେଲେ ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ମଣ୍ଡପ ସାମ୍ନାରେ ପାଲ ଟଙ୍ଗାଇ ଦିଆଯାଇଛି। ଭିଡ଼ ଜମିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାଇଥିବାବେଳେ ଏହାକୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ଯେପରି କଟକଣା ଭଙ୍ଗ ନ ହୁଏ ସେଥିପ୍ରତି ପୋଲିସ ସତର୍କ ଦୃଷ୍ଟି ରଖିଛି। ମହାଷ୍ଟମୀରେ ପୂଜା ପାଇଁ କେତେଜଣ ମହିଳା ଶ୍ରଦ୍ଧାଳୁ ମଣ୍ଡପ ନିକଟକୁ ଆସିଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଫଳରେ ସେମାନେ ଲୁହ ଛଳଛଳ ଆଖିରେ ନିରାଶରେ ଫେରିଯାଉଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ୧୯୫୬ରେ ପଡ଼ିଥିବା ଭୟଙ୍କର ହଇଜାରୁ ରକ୍ଷା ପାଇବା ଲାଗି ମୁଣ୍ଡିଦେଉଳିଠାରେ କେତେଜଣ ଅଞ୍ଚଳବାସୀ ଛାମୁଡ଼ିଆ କରି ମା’ଙ୍କ ଆବାହନ କରିଥିଲେ। ସେହିଦିନଠାରୁ ନିରବଚ୍ଛିନ୍ନ ଭାବେ ପୂଜା ଆୟୋଜନ କରାଯାଉଛି। ଯାଜପୁର, ଅନୁଗୋଳ, କେନ୍ଦୁଝର, ଦେବଗଡ଼ ଜିଲାର ଲୋକେ କଟକ ନ ଯାଇ କାମାକ୍ଷାନଗର ଆସି ପୂଜାର ମଜା ନେଉଥିଲେ। ତେବେ ଦୀର୍ଘ ୬୪ବର୍ଷ ପରେ ପ୍ରଥମ ଥର ଏପରି ବ୍ୟତିକ୍ରମ ଦେଖାଦେଇଥିବାବେଳେ ପରମ୍ପରା ଭାଙ୍ଗିଛି। ସେହିପରି ସଂକ୍ରମଣ ଭୟ ଲାଗି ରହିଥିବାରୁ ଚଳିତବର୍ଷ ମିଳିତ ଭସାଣି ଉତ୍ସବ, ରାବଣପୋଡ଼ି, ଆତସବାଜି ପ୍ରତିଯୋଗିତା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି।

ଏଭଳି ବ୍ୟତିକ୍ରମ କେବେ ହୋଇନି
ଦୀର୍ଘ ୪୦ ବର୍ଷ ହେଲା ମୁଣ୍ଡିଦେଉଳି ପୂଜା କମିଟି ଦାୟିତ୍ୱ ନିର୍ବାହ କରିଆସୁଛି। ବାତ୍ୟା, ବନ୍ୟା ହେଲେ ବି ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ଚଳିତବର୍ଷର ବ୍ୟତିକ୍ରମ କେବେ ହୋଇ ନ ଥିଲା। ମା’ଙ୍କ ଆଶୀର୍ବାଦ ରହିଲେ ସବୁକିଛି ଠିକ୍‌ ହୋଇଯିବ।
-ଆଦିତ୍ୟ ପ୍ରସାଦ କର,
ମୁଣ୍ଡିଦେଉଳି ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା

ଆଗାମୀ ବର୍ଷକୁ ଅପେକ୍ଷା
କାମାକ୍ଷାନଗରରେ ଅନୁଷ୍ଠିତ ରାବଣପୋଡ଼ି ଉତ୍ସବ ଏବଂ ଆତସବାଜି କାର୍ଯ୍ୟକ୍ରମ ବେଶ୍‌ ଚିତ୍ତାକର୍ଷକ। ଏହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ହେଲେ ଚଳିତବର୍ଷ ରାବଣ ପୋଡ଼ି ହେବନାହିଁ। ପୂଜା ଉତ୍ସବ ଲାଗି ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ।
-ଶୁଭ୍ରାଂଶୁ ମହାନ୍ତି,
କାମାକ୍ଷାନଗର ରାବଣପୋଡ଼ି କମିଟି ସଦସ୍ୟ

ବ୍ୟବସାୟ ୭୦% କମିଛି
ବର୍ଷକର ବ୍ୟବସାୟ ମଧ୍ୟରୁ କେବଳ ଦଶହରାରେ ଅଧା ହୋଇଥାଏ। ଲୋକମାନଙ୍କ ମଧ୍ୟରେ ନୂଆ ପୋଷାକ, ବିଭିନ୍ନ ସାମଗ୍ରୀ କିଣିବାକୁ ଉତ୍ସାହ ଥାଏ। କିନ୍ତୁ ଚଳିତବର୍ଷ କଟକଣା ଯୋଗୁ ଶ୍ରଦ୍ଧାଳୁ ଆସୁନାହାନ୍ତି। ପାର୍ବଣରେ ବିକ୍ରି ହେବା ଆଶାରେ ଅଧିକ ସାମ୍ରଗୀ ମଧ୍ୟ ଆସିଛି। କିନ୍ତୁ ଆଶା ଅନୁଯାୟୀ ବେପାର ନ ହେବାରୁ ବ୍ୟବସାୟ ହାରାହାରି ୭୦% କମିଛି।
-ଦୀପକ ଖେମ୍‌କା, ବ୍ୟବସାୟୀ

ପ୍ରତି ମଣ୍ଡପରେ ପୋଲିସ
ପ୍ରଥମେ ଜୀବନ, ତା’ ପରେ ଜୀବିକା। ଏକଥା ଚିନ୍ତା କରି ସରକାର କଟକଣା ଭିତ୍ତିରେ ପୂଜା କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିଡ଼ ଏଡ଼ାଇବାକୁ ପ୍ରତି ମଣ୍ଡପରେ ପୋଲିସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ କରାଯାଇଛି।

-ଅଭିନବ ଡାଳୁଆ, କାମାକ୍ଷାନଗର ଥାନାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri