ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌ : ଆଜି ୩୪୯ ପଜିଟିଭ୍ ‌ଚିହ୍ନଟ , ୬ ମୃତ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୧ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୯୧୩ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୪୪ ଜଣ ଥିବା ବେଳେ ଅନୁଗୋଳରୁ ୨୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୧୯, ଭଦ୍ରକରୁ ୫, ବଲାଙ୍ଗୀରରୁ ୬, ବୌଦ୍ଧରୁ ୪ କଟକରୁ ୨୨ , ଦେବଗଡ଼ରୁ ୨, ଢେଙ୍କାନାଳରୁ ୧ ଓ ଗଞ୍ଜାମରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୫, ଯାଜପୁରର ୮ , ଝାରସୁଗୁଡ଼ାରୁ ୧୮, କଳାହାଣ୍ଡିରୁ ୧୯, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, କୋରାପୁଟରୁ ୧, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୧୮ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୩ , ନୟାଗଡ଼ରୁ ୧, ନୂଆପଡ଼ାରୁ ୧୦, ପୁରୀରୁ ୨୨, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୪ ଓ ସୁବର୍ଣ୍ଣପୁରରୁ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦ ଆକ୍ରାନ୍ତ ଅଛନ୍ତି।
ସେହପରି ରାଜ୍ୟରେ ମଙ୍ଗଳବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୮୪କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ପୁରୀରୁ ୨ ସୁନ୍ଦରଗ ସମ୍ବଲପୁର, ଖୋର୍ଦ୍ଧା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ରହିଛନ୍ତି।

Share