ଚାଇନାରେ ପୁଣି କରୋନା ବିସ୍ଫୋଟ

ବେଜିଂ,୧୩।୩: ଚାଇନାରେ କରୋନା ମହାମାରୀ ପୁଣି ବ୍ୟାପିଛି। ଦକ୍ଷିଣ ଚାଇନା ବୈଷୟିକ ହବ୍‌ କୁହାଯାଉଥିବା ଶେନଜେନ୍‌ରେ ସୋମବାରଠାରୁ କଡା ଲକଡାଉନ୍‌ ଘୋଷଣା କରିଛନ୍ତି ଜିନପିଙ୍ଗ ସରକାର। ସହରର ପ୍ରାୟ ୧,୭୦,୦୦,୦୦୦ ଲୋକ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଜିଲାରେ ଗୋଟିଏ ଦିନରେ ୬୬ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।
ସୂଚନାଯୋଗ୍ୟ, ଚାଇନା ଜିଲିନ ପ୍ରଦେଶର ରାଜଧାନୀ ଚାଙ୍ଗଚୁନରେ ଶୁକ୍ରବାରଠାରୁ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ତା’ପରେ ଜରୁରୀକାଳୀନ ସତର୍କତା ପରେ ଏହି ସହରର ୯୦ ଲକ୍ଷ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହଂକଂରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ହଂକଂରେ ୨୭,୬୪୭ ନୂତନ ମାମଲା ଆସିଛି। କରୋନା ହେତୁ ଆଉ ୮୭ ଜଣଙ୍କର ମୃତ୍ୟୁ ଘଟିଛି।

Share