Categories: ଜାତୀୟ

ଶେଷ ହୋଇନି କରୋନା ମହାମାରୀ, ଭବିଷ୍ୟତ ପାଇଁ ପ୍ରସ୍ତୁତି ଏବେଠାରୁ ଜରୁରୀ: ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ…

ହାଇଦ୍ରାବାଦ,୫।୬ : ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ବର୍ତ୍ତମାନର ତଥା ଭବିଷ୍ୟତର ମହାମାରୀ ସହିତ ଲଢ଼ିବାକୁ ପଡିବ। ଏଥିପାଇଁ ଏହା ଆବଶ୍ୟକ ଆମେ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିବା। ଆମକୁ କେବଳ ଏକୀକରଣ କରିବା ନୁହେଁ, ବରଂ ଏକ ସ୍ବାସ୍ଥ୍ୟ ଭିତ୍ତିକ ନୀରିକ୍ଷଣ ବ୍ୟବସ୍ଥାକୁ ମଜବୁତ କରିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଛନ୍ତି।

ହାଇଦ୍ରାବାଦରେ ଅନୁଷ୍ଠିତ ଜି-୨୦ ସ୍ବାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକରେ ଡକ୍ଟର ପାୱାର କହିଛନ୍ତି କରୋନା ମହାମାରୀ ଦର୍ଶାଇଛି କେବଳ ଶାନ୍ତି ମଧ୍ୟମରେ ବିକାଶ ହେଲେ ଦେଶ ମଧ୍ୟରେ ଭାଗିଦାରୀ ଅଧିକ ଫଳପ୍ରଦ ହୋଇଥାଏ। ମହାମାରୀ ମଧ୍ୟରେ ପାରସ୍ପରିକ ଭାଗିଦାରୀର କୌଣସି ଫଳାଫଳ ନାହିଁ । ସେଥିପାଇଁ ଆମ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡିବ। ସେ କହିଛନ୍ତି ଜି -୨୦ ସଦସ୍ୟ ଭାବରେ ଆମେ ଭାଗିଦାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Share