କରୋନା ଡୋଜ୍‌ ନଷ୍ଟ, ବିହାର ଆଗରେ…

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଭାକ୍ସିନ୍‌ ଡୋଜ୍‌ ଅପଚୟ ହେଉଛି। ଦେଶର କେଉଁ ରାଜ୍ୟରେ କେତେକ ଡୋଜ୍‌ ନଷ୍ଟ ହେଉଛି ତାହାର ସୂଚନା କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ପ୍ରଦାନ କରାଯାଇଛି। ବିହାରରେ ସର୍ବାଧିକ ଡୋଜ୍‌ ନଷ୍ଟ ହୋଇଛି। ୨୦୨୧ ମେ’ ୧ ରୁ ଜୁଲାଇ ୧୩ ମଧ୍ୟରେ ଦେଶରେ ପ୍ରାୟ ୨.୫ ଲକ୍ଷ ଡୋଜ ନଷ୍ଟ ହୋଇଥିବା ସରକାର କହିଛନ୍ତି। ବିହାର, ଜମ୍ମୁ-କଶ୍ମୀର, ତ୍ରିପୁରା, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁରରେ ଏବଂ ମେଘାଳୟରେ ଅଧିକ ଡୋଜ୍‌ ନଷ୍ଟ ହୋଇଛି। ବିହାରରେ ୧.୨୬ ଲକ୍ଷ, ଦିଲ୍ଲୀରେ ୧୯ ହଜାର, ଜମ୍ମୁ-କଶ୍ମୀରରେ ୩୨ ହଜାର, ମଣିପୁରରେ ୧୨ ହଜାର, ମେଘାଳୟରେ ୩୫୦୦, ପଞ୍ଜାବରେ ପ୍ରାୟ ୧୩ ହଜାର, ତ୍ରିପୁରାରେ ୧୭ ହଜାର ଏବଂ ଉତ୍ତରପ୍ରଦେଶରେ ପ୍ରାୟ ୧୩,୦୦୦ ହଜାର ଡୋଜ୍‌ ନଷ୍ଟ ହୋଇଛି। ଏହି ରାଜ୍ୟଗୁଡିକ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଡୋଜ୍‌ ନଷ୍ଟ ହୋଇଥିବା ନେଇ ସରକାର ସୂଚନା ଦେଇ ନାହାନ୍ତି।

Share