ଏଭଳି ଲୋକଙ୍କୁ ହେବନି କରୋନା…

ପ୍ୟାରିସ୍‌,୧୪।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ୟାରିସ୍‌ର ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁସାରେ କୌଣସି ଶାରୀରିକ ପରିଶ୍ରମ ନ କରି ଅଳସୁଆ ଭାବେ ବସି ରହୁଥିବା ଲୋକଙ୍କର କରୋନାରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଥାଏ। ନିଜକୁ ଫିଟ୍‌ ରଖୁଥିବା ଲୋକଙ୍କୁ ସହଜରେ କରୋନା ସଂକ୍ରମଣ ହୋଇ ନ ଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଗବେଷଣାରେ ହୋଇଥିବା ସର୍ଭେରେ ୫୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଗବେଷଣାର ରିପୋର୍ଟ ବ୍ରିଟିଶ୍‌ ଜର୍ନାଲ ଅଫ୍‌ ସ୍ପୋର୍ଟସ୍‌ ମେଡ଼ିସିନ୍‌ରେ ପ୍ରକାଶିତ ହୋଇଛି। ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ମେଦବହୁଳତା, ନିଶାଦ୍ରବ୍ୟ ସେବନ ଅବା ଧୂମପାନ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ପରିଶ୍ରମ ନ କରି ବସି ରହୁଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଥାଏ ବୋଲି ରିପୋର୍ଟରେ କୁହାଯାଇଛି।

Share