ଏଏମ୍‌ୟୁରେ କରୋନା ତାଣ୍ଡବ: ୨୨ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ…

ଅଲିଗଡ଼,୧୩।୫: କକରୋନା ମହାମାରୀ ସଂକ୍ରମଣ ଯୋଗୁ ଅଲିଗଡ଼ ମୁସଲିମ୍‌ ୟୁନିଭରସିଟି(ଏଏମ୍‌ୟୁ)ରେ ଆତଙ୍କ ସୃଷ୍ଟି ହୋଇଛି। ଗତ ୨୨ ଦିନମଧ୍ୟରେ ୧୯ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନାରେ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୟୁନିଭରସିଟିର କେତେକ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୟୁନିଭରସିଟିର ୧୦୦ ବର୍ଷର ଇତିହାସରେ କେବେ ଏଭଳି ସଙ୍କଟ ସୃଷ୍ଟି ହୋଇ ନଥିଲା। ଏବେ ଏଏମ୍‌ୟୁ କ୍ୟାମ୍ପସ୍‌ ଖାଁ ଖାଁ ଲାଗୁଛି। ଚାରିଆଡ଼ ଶୂନଶାନ୍‌ ହୋଇଯାଇଛି। କ୍ୟାମ୍ପସ୍‌ରେ ଭୟ ଏବଂ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏଏମ୍‌ୟୁର ସମସ୍ତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଧ୍ରୁବ ହସ୍ପିଟାଲରେ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଏମ୍‌ୟୁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହିତ ବାହାର ଲୋକଙ୍କ ପ୍ରବେଶ ଏବଂ ଭିଡ଼ ଜମା ଉପରେ କଡ଼ା କଟକଣା ଜାରି ହୋଇଛି।

Share