ମୃତ କରୋନା ଆକ୍ରାନ୍ତ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଫେରିଲେ ଘରକୁ

କୋଲକାତା,୨୨।୧୧: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା ଜଣେ କରୋନା ଆକ୍ରାନ୍ତ ତାଙ୍କ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିଛନ୍ତି। ଏହାଯୋଗୁ ହସ୍ପିଟାଲରେ ହେଉଥିବା ଅବହେଳା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଶିବଦାସ ବନ୍ଦୋପାଧ୍ୟାୟ ନାମକ ୭୫ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ ପକ୍ଷରୁ କିଛି ଦିନ ତଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ପରିବାର ସଦସ୍ୟଙ୍କୁ ଏସମ୍ପର୍କରେ ଜଣାଇ ଦିଆଯାଇଥିଲା। କରୋନା ପ୍ରୋଟୋକଲ ଅନୁସାରେ ମୃତକଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ରଖାଯାଇଥିଲା। ପରିବାର ସଦସ୍ୟଙ୍କୁ ମୃତକଙ୍କ ମୁହଁ ଦେଖିବାର ସୁଯୋଗ ମଧ୍ୟ ଦିଆଯାଇ ନ ଥିଲା। ମୃତକଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମାତ୍ର ୧୦ ଦିନ ପରେ ଶିବଦାସ ଘରେ ପହଞ୍ଚିଥିବା ତାଙ୍କ ପୁତ୍ର କହିଛନ୍ତି।

Share