ଇନ୍ଦୋରରେ ବଢ଼ିଲା କରୋନା କର୍ଫ୍ୟୁ

ଇନ୍ଦୋର,୧୭।୫: କରୋନା କଟକଣା ଯୋଗୁ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରରେ ମେ’ ୨୯ଯାଏ କରୋନା କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ସୋମବାର ଜିଲାପାଳ ମନୀଷ ସିଂହ ଘୋଷଣା କରିଛନ୍ତି। କରୋନା କର୍ଫ୍ୟୁ ପାଇଁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି, ଯେଉଁଥିରେ କେତେକ କଟକଣା ଉପରେ କୋହଳ କରାଯାଇଛି। ଏହି ନୂଆ ଗାଇଡ୍‌ଲାଇନ ଅନୁସାରେ ରାଶନ ଓ ପନିପରିବା, ଫଳ ଦୋକାନ ଆଦି ପୂର୍ବଭଳି ସୋମବାରରୁ ଶୁକ୍ରବାର ଯାଏ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ। ହେଲେ ହୋମ୍‌ ଡେଲିଭରିକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଦୋକାନୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡାଏରୀକୁ ସକାଳ ୬ଟାରୁ ୧୦ଟା ଓ ସନ୍ଧ୍ୟା ୫ଟାରୁ ୭ ଯାଏ ଖୋଲାରଖାଯିବ। ଅନ୍ୟପଟେ ଭୋପାଳ ସହିତ ଜବଲପୁର ଓ ଗ୍ବାଲିୟରରେ ମଧ୍ୟ କରୋନା କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି। ଭୋପାଳରେ ମେ’୨୪, ଜବଲପୁରରେ ମେ’୩୧ ଓ ଗ୍ବାଲିୟରରେ ମେ’୩୦ ଯାଏ କରୋନା କର୍ଫ୍ୟୁ ଘୋଷଣା କରାଯାଇଛି।

Share