କରୋନା କର୍ଫ୍ୟୁ: ଅଟକିଲା ୧୭ ଶହ ବାହାଘର

ଅହମଦାବାଦ୍‌,୨୧।୧୧:ଗୁଜରାଟରେ କରୋନା ମହାମାରୀ ପୁଣି ଥରେ ଲୋକଙ୍କୁ ଆତଙ୍କିତ କରିବା ଆରମ୍ଭ କରିଛି। ସଂକ୍ରମଣରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି ହୋଇଛି। ଫଳରେ ଅହମଦାବାଦ୍‌ରେ ୧୭ ଶହ ବାହାଘର ଅଟକି ରହିଛି। ଶନିବାର ସହରରେ ୫ ଶହ ବାହାଘର ହେବା ପାଇଁ ପ୍ରସ୍ତୁତି ସରିଥିଲା। ସେହିପରି ରବିବାର ୧୨ ଶହ ବାହାଘର ହେବାର ଥିଲା। ମାତ୍ର ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି ହେବା ପରେ ବାହାଘର ବନ୍ଦ ହୋଇଯାଇଛି। ବିବାହ ଲାଗି ଘରେ ବନ୍ଧୁବାନ୍ଧବ ପହଞ୍ଚିସାରିଥିଲେ। କିନ୍ତୁ କର୍ଫ୍ୟୁ ଘୋଷଣା ହେବାପରେ ବନ୍ଧୁବାନ୍ଧବ ମଧ୍ୟ ବାଧ୍ୟ ହୋଇ ନିଜ ନିଜ ଘରକୁ ଫେରି ନ ପାରି ଅଟକି ରହିଛନ୍ତି।

Share