Posted inଖେଳ

କରୋନା ସଙ୍କଟ: ଫଳ ବିକିବାକୁ ବାଧ୍ୟ ହେଲେ ଯୁବ ଆଥ୍‌ଲେଟ୍‌

ନୂଆଦିଲ୍ଲୀ, ୨୧।୭- କରୋନା ମହାମାରୀ ଲାଗି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ କ୍ରୀଡ଼ା ଜଗତରେ ବ୍ରେକ୍‌ ଲାଗିଛି। ଲକ୍‌ ଡାଉନ୍‌ କଟକଣା ଲାଗି ବିଶ୍ୱରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ସବୁ ସ୍ଥଗିତ କିମ୍ବା ବାତିଲ ହୋଇଯାଇଛି। ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ ରହିବା ଯୋଗୁ ଏହାର ସିଧାସଳଖ ପ୍ରଭାବ ଖେଳାଳିଙ୍କ ଉପରେ ପଡ଼ିଛି। ବିଶେଷ କରି କିଛି ଉଦୀୟମାନ ଖେଳାଳିଙ୍କ ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଫଳରେ ଖେଳାଳିମାନେ ବାଧ୍ୟ ହୋଇ ଅନ୍ୟ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର ମହିପାଳପୁରରେ ଦେଖିବାକୁ ମିଳିଛି।

ଏଠାରେ ପରିବାର ସହ ରହୁଥିବା ଯୁବ ଭାରତୀୟ ଆଥ୍‌ଲେଟ୍‌ ପରିବାର ଖର୍ଚ୍ଚ ବହନ କରିବା ପାଇଁ ଫଳ ବିକୁଥିବାର ଦେଖିବାକୁ ମିଳିଛି। ଏହି ଆଥ୍‌ଲେଟ୍‌ଙ୍କ ନାମ ମିରାଜ ଅଲି ଅନସାରୀ। ସେ ଭାରତର ଉଦୀୟମାନ ମିଡିଲ୍‌ ଡିଷ୍ଟାନ୍ସ ଧାବକ। ମିରାଜ ଏସିଆନ ୟୁଥ୍‌ ଚାମ୍ପିୟନଶିପ୍‌ରେ ସେ ଲଙ୍ଗ ଜମ୍ପରେ ର୍ସ୍ବ୍‌ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଦିଲ୍ଲୀର ଏହି ଜୁନିୟର ଆଥ୍‌ଲେଟ୍‌ ଏସିଆନ୍‌ ୟୁଥ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ତେବେ ବର୍ତ୍ତମାନ କରୋନା ଭଳି ସଙ୍କଟଜନକ ସମୟରେ ପରିବାର ପ୍ରତିପୋଷଣ ପାଇଁ ମିରାଜ ଆଗେଇ ଆସିଛନ୍ତି। ମିରାଜ ଏବେ ସ୍ଥାନୀୟ ବଜାରରେ ଫଳ ବିକିବା ଆରମ୍ଭ କରିଛନ୍ତି। ଏକ ଠେଲା ଗାଡ଼ି ମାଧ୍ୟମରେ ସେ କଦଳୀ, ଆମ୍ବ ଆଦି ବିକୁଥିବାରୁ ଦେଖିବାକୁ ମିଳିଛି। ମିରାଜ କୁହିଛନ୍ତି, ‘ଏଠାରେ ଲୋକ ମୋତେ କଦଳୀବାଲା ବୋଲି ଡାକିଥାନ୍ତି। କିନ୍ତୁ କ’ଣ କରିପାରିବି। ପରିବାର ଚଳାଇବା ପାଇଁ କିଛି ନା କିଛି କରିବାକୁ ପଡ଼ିବ।’ ମିରାଜଙ୍କ ପରିବାରରେ ବାପା, ମା ଓ ୪ ଭାଇ ଭଉଣୀଙ୍କୁ ନେଇ ମୋଟ୍‌ ୬ ଜଣ ସଦସ୍ୟ। ତାଙ୍କ ବାପା ଜଣେ ଅଟୋ ଚାଳକ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri