କରୋନା ସଙ୍କଟ, ଡିସି-ପିବିକେଏସ୍‌ ମ୍ୟାଚ୍‌ ପୁଣେରୁ ମୁମ୍ବାଇ ସ୍ଥାନାନ୍ତର…

ମୁମ୍ବାଇ, ୧୯।୪ : ଆଇପିଏଲ ୨୦୨୨ରେ କରୋନା ସଂକ୍ରମଣ ଘଟିଛି। ସୋମବାର ଦିନ ଦିଲ୍ଲୀ କ୍ୟାପିଟାଲର ଖେଳାଳି ମିଚେଲ ମାର୍ଶ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ଦଳର ଫିଜିଓ ପାଟ୍ରିକ ଫରହାର୍ଟ ଏବଂ ଦଳର ଡାକ୍ତର ସାଲଭି ମଧ୍ୟ କରୋନା ପଜିଟିଭ ହୋଇଛନ୍ତି।

ବୁଧବାର ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ କ୍ୟାପିଟାଲ(ଡିସି) ବନାମ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ମ୍ୟାଚ ଉପରେ ସଙ୍କଟ ଆରମ୍ଭ ହେବାକୁ ଲାଗିଲା। ପୁଣେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ପୂର୍ବରୁ ଅନୁଷ୍ଠିତ ହେବାରଥିଲା। କିନ୍ତୁ ବର୍ତ୍ତମାନ ଏହି ମ୍ୟାଚକୁ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି।

ଦିଲ୍ଲୀ ଦଳ ବର୍ତ୍ତମାନ ମୁମ୍ବାଇରେ ଅଛି ଏବଂ ସୋମବାର ପୁଣେ ଯିବାର ଥିଲା, କିନ୍ତୁ କରୋନା ମାମଲା ସାମ୍ନାକୁ ଆସିବା ପରେ ଖେଳାଳି ଏବଂ କର୍ମଚାରୀଙ୍କୁ ହୋଟେଲରେ ସେମାନଙ୍କ କୋଠରୀରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ସୋମବାର ସମସ୍ତଙ୍କର ଆରଟି- ପିସିଆର୍‌ ପରୀକ୍ଷା ମଧ୍ୟ ଦୁଇଥର କରାଯାଇଥିଲା। ପ୍ରଥମ ପରୀକ୍ଷଣରେ ମାର୍ଶଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ ଦ୍ୱିତୀୟ ଆରଟି- ପିସିଆର୍‌ ପରୀକ୍ଷଣରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା।

Share