ଚାଇନାରେ ପୁଣି କରୋନା କଟକଣା: ଦକ୍ଷିଣ କୋରିଆ ନାଗରିକଙ୍କ ପାଇଁ ପିସିଆର ଟେଷ୍ଟ ବାଧ୍ୟତାମୂଳକ…

ବେଜିଂ,୧।୨ : ଚାଇନାରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଦେଶରୁ କିଛି ଦିନ ତଳେ ଶୂନ କୋଭିଡ଼ ନୀତି ହଟାଇଥିବା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ଏବେ ବିଦେଶର ନାଗରିକଙ୍କ ଉପରେ ପୁଣି କଟକଣା ଜାରି କରିଛନ୍ତି। ଏହି ମର୍ମରେ ଦକ୍ଷିଣ କୋରିଆ ନାଗରିକଙ୍କ ପାଇଁ ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ଏନେଇ ବିଭିନ୍ନ ଏୟାର ଲାଇନ୍ସକୁ କରୋନା ମାର୍ଗଦର୍ଶିକା ପ୍ରତିପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ କୋରିଆରେ କରୋନା ସଂକ୍ରମଣ ଦ୍ରୁତବେଗରେ ବ୍ୟାପୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ନିର୍ଦ୍ଦେଶ ଜାରି ହୋଇଥିବା ଚାଇନା ସରକାର କହିଛନ୍ତି।

Share