Categories: ଜାତୀୟ

୨୪ ଘଣ୍ଟାରେ ୬ ଜୀବନ ନେଲା କରୋନା: ପ୍ରତି ଘଣ୍ଟାରେ ଚିହ୍ନଟ ହେଉଛନ୍ତି ଜଣେ ନୂଆ ରୋଗୀ

ନୂଆଦିଲ୍ଲୀ,୨୮।୧୨: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୯୨ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ପ୍ରତି ଘଣ୍ଟାରେ ଦେଶରେ କୋଭିଡ୍‌ର ୨୮ଟି ନୂଆ ମାମଲା ଦେଖିବାକୁ ମିଳୁଛି। ଏହି ସମୟରେ ସକ୍ରିୟ ମାମଲା ୪୦୯୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ ୬ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ଦୁଇଟି ମହାରାଷ୍ଟ୍ରରେ ଘଟିଛି। କର୍ନାଟକ, ଦିଲ୍ଲୀ, କେରଳ ଏବଂ ପଶ୍ଚିମବଙ୍ଗରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪,୫୦,୧୦,୯୪୪ଟି କରୋନା ଚିହ୍ନଟ ହୋଇଛନ୍ତି। ଏଥିସହିତ ୫,୩୩,୩୪୬ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଓମିକ୍ରନର ସବ-ଭାରିଆଣ୍ଟ JN.1ର ୧୦୯ଟି ସଂକ୍ରମଣ ଏପର୍ଯ୍ୟନ୍ତ ମିଳିଛି। ଦେଶରେ ହଠାତ୍‌ କରୋନା ଜୀବାଣୁ ବୃଦ୍ଧି ପାଇବା ପରେ ଦିଲ୍ଲୀ ଏମ୍ସ ଡାକ୍ତରଖାନା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି।

Share