ଦିନେ ବଢ଼ିଲେ ଦିନେ କମୁଛି: ଚିନ୍ତା ବଢ଼ାଉଛି ରାଜଧାନୀ

ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିନେ କରୋନା ସଂକ୍ରମଣ ବଢ଼ୁଛି ତ ଦିନେ କମୁଥିବା ପରିଲକ୍ଷିତ ହୋଇଛି। ବୁଧବାର ତୁଳନାରେ ଗୁରୁବାର ଦିଲ୍ଲୀରେ କରୋନା ସଂକମ୍ରଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧,୦୩୨ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ କରୋନାଜନିତ କାହାରି ବି ମୃତ୍ୟୁ ହୋଇନାହିଁ। ତେବେ ଗୁରୁବାର ରାଜ୍ୟରେ ସଂକ୍ରମଣ ହାର ୩.୬୪ ପ୍ରତିଶତ ରହିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧,୩୦୬ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୪,୯୨୮ଜଣ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୮,୩୮୬ କରୋନା ପରୀକ୍ଷା କରାଯାଇଛି। ଅନ୍ୟପଟେ କରୋନା କ୍ଷେତ୍ରରେ ଅସ୍ଥିରତାକୁ ନେଇ ବିଶେଷଜ୍ଞମାନେ ନିଜର ମତ ରଖିଛନ୍ତି। କରୋନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ଏବଂ ଏହି ଅବସ୍ଥା କେତେ ଦିନ ଚାଲିବ ତାହା ପୂର୍ବାନୁମାନ କରିବା କଷ୍ଟକର ବୋଲି ବିଶେଷଜ୍ଞ କହିଛନ୍ତି।

Share