ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲା, ୪ ମାସର ଶିଶୁ ଅକ୍ସିଜେନ ସପୋର୍ଟରେ

ନୂଆଦିଲ୍ଲୀ,୨୨ ।୪: ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗୋଟିଏ ମାସ ପୂର୍ବରୁ ସଂକ୍ରମିଙ୍କ ସଂଖ୍ୟା ଦୁଇ ଅଙ୍କରେ ସିମିତ ଥିବା ବେଳେ ଏବେ ଏହା ବହୁ ଉପରକୁ ଚାଲି ଯାଇଛି । କେବଳ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଅତିକ୍ରମ କରିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲରେ କରୋନା ସଂକ୍ରମିତ ୭ ଜଣ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ୪ ମାସର ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଶିଶୁଟି ଏବେ ଅକ୍ସିଜେନ ସପୋର୍ଟରେ ରହିଛି । ଉକ୍ତ ଶିଶୁଟି ପୂର୍ବରୁ କିଛି ରୋଗରେ ପୀଡ଼ିତ ଥିବା ଜଣାପଡିଛି । ତେବେ ଶିଶୁଟିକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଏବେ ଶିଶୁଙ୍କୁ ହେଉଥିବା ସଂକ୍ରମଣ ବିଶେଷ ଭାବେ ପୂର୍ବରୁ ଯେଉଁ ଶିଶୁମାନେ ଅନ୍ୟ କିଛି ରୋଗରେ ପୀଡ଼ିତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ସଂକ୍ରମଣ ହେଉଛି । ଶିଶୁଟିର ପିତା ବି କରୋନାରେ ସଂକ୍ରିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏପଟେ ବିଶେଷଜ୍ଞମାନେ କହୁଛନ୍ତି କରୋନା ଟିକା ନେବା ଜରୁରୀ । ଯେଉଁ ମାତା ପିତା କରୋନା ଟିକା ନେଇ ନାହାନ୍ତି ଏହାର ପ୍ରଭାବ ସେମାନଙ୍କ ଶିଶୁମାନଙ୍କ ଉପରେ ଅଧିକ ପଡିପାରେ ବୋଲି କୁହାଯାଉଛି ।

 

Share